Categories: ଖେଳ

୧୪ ସିଜନରେ ୧୩ ଥର ଅଧିନାୟକ ପରିବର୍ତ୍ତନ କରି ରେକର୍ଡ କରିଛି ଏହି ଆଇପିଏଲ୍‌ ଟିମ୍‌; ଏବେ କେ.ଏଲ୍‌.ଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଅନେକ ଅଭିଜ୍ଞ କ୍ରିକେଟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେଥିରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତି ସିଜିନରେ ଦଳର ଅଧିନାୟକ ରହିଆସୁଛନ୍ତି। ହେଲେ କିଛି ଟିମ୍‌ ଏଭଳି ରହିଛି ଯିଏ ସର୍ବାଧିକ ଥର ନିଜର ଅଧିନାୟକ ପରିବର୍ତ୍ତନ କରିଛନ୍ତି। ସେ ହେଲା ପଞ୍ଜାବ କିଙ୍ଗ୍ସ। ଟିମ୍‌ ପ୍ରଥମେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ନାମରେ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲା। ଗତ ୧୪ ଆଇପିଏଲ୍‌ ସିଜନରେ ଦଳ ୧୩ ଥର ଅଧିନାୟକ ବଦଳାଇ ଇତିହାସ ରଚିଛି। ଏଣୁ ଚଳିତ ସଂସ୍କରଣରେ ତାହା ନ ହେଉ ବୋଲି ଆଶା କରାଯାଉଛି।

୧୩ ଅଧିନାୟକଙ୍କ ତାଲିକା:
୧. ଯୁବରାଜ ସିଂହ(ଭାରତ, ୨୦୦୮-୦୯)
୨.କୁମାର ସାଙ୍ଗାକାରା(ଶ୍ରୀଲଙ୍କା, ୨୦୧୦)
୩. ମହିଲା ଜୟବର୍ଦ୍ଧନେ(ଶ୍ରୀଲଙ୍କା, ୨୦୧୦)
୪. ଆଡାମ ଗିଲଖ୍ରିଷ୍ଟ(ଅଷ୍ଟ୍ରେଲିଆ, ୨୦୧୧-୧୩)
୫.ଡେଭିଡ ହସି(ଅଷ୍ଟ୍ରେଲିଆ, ୨୦୧୨-୧୩)
୬. ଜର୍ଜ ବେଲି(ଅଷ୍ଟ୍ରେଲିଆ, ୨୦୧୪-୧୫)
୭. ବିରେନ୍ଦ୍ର ସେହ୍ବାଗ(ଭାରତ, ୨୦୧୫)
୮. ଡେଭିଡ୍‌ ମିଲର(ଦକ୍ଷିଣ ଆଫ୍ରିକା, ୨୦୧୬)
୯. ମୁରଲୀ ବିଜୟ(ଭାରତ, ୨୦୧୬)
୧୦.ଗ୍ଲେନ୍‌ ମାକ୍ସଓ୍ବେଲ(ଅଷ୍ଟ୍ରେଲିଆ, ୨୦୧୭)
୧୧. ରବିଚନ୍ଦ୍ରନ ଅଶ୍ୱିନ(ଭାରତ, ୨୦୧୮-୧୯)
୧୨. କେ.ଏଲ୍‌. ରାହୁଲ(ଭାରତ, ୨୦୨୦-ଏଯାବତ)

ବର୍ତ୍ତମାନ କେ.ଏଲ୍‌.ରାହୁଲ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି। ବିଗତ ଦିନରେ ତାଙ୍କର ପ୍ରଦର୍ଶନକୁ ଦେଖି ଦଳ ଆଗାମୀ ସିଜିନ୍‌ରେ ଭଲ କରିବ ବୋଲି କୁହାଯାଉଛି। ଏଣୁ ତାଙ୍କ ସ୍ଥାନ ଅପରିବର୍ତ୍ତିତ ରହିପାରେ ବୋଲି ଆଶା କରାଯାଉଛି।

Share