Categories: ଖେଳ

ନିଲାମରେ ଫିକା ପଡ଼ିଲେ ବିଶ୍ୱର ଏହି ନମ୍ବରଓ୍ବାନ୍‌ ଟି୨୦ ବ୍ୟାଟ୍ସମ୍ୟାନ୍‌, କମ୍‌ ଦାମ୍‌ରେ କିଣିନେଲା…

ଚେନ୍ନାଇ,୧୮।୨: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ବିଶ୍ୱର ନମ୍ବରଓ୍ବାନ୍‌ ଟି୨୦ ର଼୍ୟାଙ୍କପ୍ରାପ୍ତ ବ୍ୟାଟ୍ସମ୍ୟାନ୍‌ ଦାଓ୍ବିଦ ମଲନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ କିଣିଛି। ମଲନଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଥିଲା। ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧.୫ କୋଟି ଟଙ୍କାରେ କିଣିଛି। ଏହାଫଳରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ମଲାନ ଆଇପିଏଲ୍‌ରେ ଡେବ୍ୟୁ କରିବା ସ୍ପଷ୍ଟ ହୋଇଛି। ତେବେ ପୂର୍ବରୁ ଏହି ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍‌ ମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ବୋଲି କୁହାଯାଉଥିଲା। ହେଲେ ସେଭଳି ହୋଇ ନ ଥିଲା। ନାମ ଘୋଷଣା ହେବା ପରେ କେବଳ ପଞ୍ଜାବ କିଙ୍ଗ୍ସ ହିଁ ହାତ ଉଠାଇଥିଲେ। ଶେଷରେ ଦଳ ହିଁ କ୍ରିକେଟରଙ୍କୁ କିଣି ନେଇଛି।

Share