ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୬।୫: ମୁମ୍ବାଇର ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୪ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟାଙ୍କ ଅଗ୍ରଓ୍ବାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଚଳିତ ମ୍ୟାଚ୍‌ରେ ପଞ୍ଜାବ କୌଣସି ପରିବର୍ତ୍ତନ କରି ନ ଥିବା ବେଳେ ଦିଲ୍ଲୀ ୨ଟି ପରିବର୍ତ୍ତନ କରିଛି। ଚେତନ ସାକରିଆଙ୍କ ସ୍ଥାନରେ ଖଲିଲ ଅହମ୍ମଦ ଓ କେ.ଏସ୍‌ ଭାରତଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ରିଷଭ ପନ୍ତ ସୁଯୋଗ ଦେଇଛନ୍ତି।
ପଞ୍ଜାବ କିଙ୍ଗ୍ସ: ମୟାଙ୍କ ଅଗ୍ରଓ୍ବାଲ(ଅଧିନାୟକ), ଜିତେଶ ଶର୍ମା(ଉଇକେଟ କିପର), ଜନି ବେଆରଷ୍ଟୋ, ଶିଖର ଧାଓ୍ବନ, ଭାନୁକା ରାଜପାକ୍‌ସେ ଲିଆମ୍‌ ଲିଭିଂଷ୍ଟୋନ, ହରପ୍ରୀତ ବ୍ରାର, ରିଶି ଧାଓ୍ବନ,କାଗିଶୋ ରବଡା, ରାହୁଲ ଚହର, ଅର୍ଶଦୀପ ସିଂ।
ଦିଲ୍ଲୀ କ୍ୟାପିଟାଲ୍ସ: ରିଷଭ ପନ୍ତ(ଅଧିନାୟକ/ ଉଇକେଟ କିପର), ଡେଭିଡ ଓ୍ବାର୍ନର, ସରଫରାଜ ଖାନ, ମିଶେଲ ମାର୍ଶ, ଲଳିତ ଯାଦବ, ରଭମାନ ପାଓ୍ବେଲ, ଅକ୍ସର ପଟେଲ, ଶର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଏନ୍‌ରିଚ ନର୍ଟଜେ, ଖଲିଲ ଅହମ୍ମଦ।

Share