Categories: ଜାତୀୟ

ଅଗଷ୍ଟ ୨ରୁ ଖୋଲିବ ସମସ୍ତ ସ୍କୁଲ

ଚଣ୍ଡିଗଡ଼,୩୧ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରର ଚିନ୍ତା କିନ୍ତୁ ଘାରୁଛି । ହେଲେ ଏହି ପରିସ୍ଥିତିରେ ପଞ୍ଜାବ ସରକାର ସମସ୍ତ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୨ରୁ ଏଠାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ଖୋଲିଯିବ । ଅବଶ୍ୟ ଏଥିପାଇଁ କଡା କଡି କରୋନା ଗାଇଡଲାଇନ୍ ଜାରି କରାଯାଇଛି । ଅଭିଭାବକମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ପିଲାଙ୍କୁ ସ୍କୁଲ ପଠାଇ ପାରିବେ । ହେଲେ ଯେଉଁମାନେ ସ୍କୁଲ ଯିବାକୁ ରାଜି ହେଉ ନ ଥିବେ ସେମାନଙ୍କ ପାଇଁ ଏବେବି ଅନ୍ ଲାଇନ ପାଠପଢା ସୁବିଧା ରହିଛି । କିଛିଦିନ ପୂର୍ବେ ରାଜ୍ୟରେ କଲେଜ ଖୋଲି ଯାଇଥିବା ବେଳେ ଏବେ ପରିସ୍ଥିତି ଭଲ ଦର୍ଶାଇ ପଞ୍ଜାବ ସରକାର ଛୋଟ ପିଲାମାନଙ୍କର ସ୍କୁଲ ବି ଖୋଲିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Share