Categories: ଜାତୀୟ

ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ ପଡିବ କାର୍ଯ୍ୟାଳୟରେ

ଚଣ୍ଡିଗଡ଼,୨୧ ।୯: ପଞ୍ଜାବର ନୂଆ ସରକାର ତାଙ୍କ କାର୍ଯ୍ୟର ଦ୍ରୁତ ଅଗ୍ରଗତି ପାଇଁ ସମସ୍ତ ସରକାରୀ ଅଧିକାର ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି ବିଭାଗ ମଧ୍ୟରେ ଏହି ଉପସ୍ଥାନର ଯାଞ୍ଚ ଯେ କୌଣସି ସମୟରେ ହୋଇପାରେ । ରାଜ୍ୟର ସମସ୍ତ ବିଭାଗର ମୁଖ୍ୟ, ଡିଭିଜନ କମିଶନର, ଡେପୁଟି କମିଶନର ଓ ଏସ୍‌ଡିଏମ୍‌ଙ୍କୁ ଜାରି କରାଯାଇଥିବା ପତ୍ରରେ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ସହ ସନ୍ଧ୍ୟା ଅର୍ଥାତ୍ କାର୍ଯ୍ୟାଳୟର ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ କୁହାଯାଇଛି । ଏହାସହ ସମସ୍ତ ବିଭାଗର ମୁଖ୍ୟଙ୍କୁ ସପ୍ତାହକୁ ଅତିକମରେ ଥରେ ଏହାର ଯାଞ୍ଚ କରିବାକୁ କୁହାଯାଇଛି । ଏହାସହ କର୍ମଚାରୀଙ୍କ କାମର ରେକର୍ଡ ମଧ୍ୟ ନିରିକ୍ଷଣ କରିବାକୁ କୁହାଯାଇଛି ।

Share