Categories: ଜାତୀୟ

ପଞ୍ଜାବରେ ଖୁବଶୀଘ୍ର ଲାଗୁ ହେବ ପୁରୁଣା ପେନସନ ଯୋଜନା

ଚଣ୍ଡିଗଡ଼,୨୮ ।୧: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ସରକାର ୫୦୦ ମୋହଲ୍ଲା କ୍ଲିନିକ ଆରମ୍ଭ କରି ରାଜ୍ୟକୁ ଏକ ବଡ ଉପହାର ଦେଇଛି । ଏବେ ମୁଖ୍ୟମନ୍ତ୍ରୀ ଭଗବତ ମାନ କର୍ମଚାରୀଙ୍କୁ ବି ଏକ ବଡ ଉପହାର ଦେବାକୁ ସ୍ଥିର କରି ନେଇଛନ୍ତି ଆଉ ସେଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମାନ ଏବେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଞ୍ଜାବରେ ୫ ଅଧିକାରୀଙ୍କ ଏକ ଆର୍ଥିକ ପ୍ରବନ୍ଧନ କମିଟି ଗଠନ କରିଛନ୍ତି । ଗଠିତ କମିଟି ପଞ୍ଜାବ କ୍ୟାବିନେଟର ଉପ ସମିତିକୁ ନିଜ ବିଚାର ସହ ରିପୋର୍ଟ ଦେବ । କମିଟି ପୁରୁଣା ପେନସନ ସ୍କିମ ପାଇଁ ଅର୍ଥର ସ୍ରୋତର ସମ୍ଭାବନାକୁ ଖୋଜିବ ।
ସୂଚନାଯୋଗ୍ୟ, ଯଦି ପଞ୍ଜାବରେ ପୁରୁଣା ପେନସନ ସ୍କିମ ଲାଗୁ କରାଗଲା ତେବେ ୨୦୦୪ ପରେ ନିଯୁକ୍ତ କର୍ମଚାରୀ ଏହାର ଲାଭ ଉଠାଇ ପାରିବେ ।

Share