Categories: ଜାତୀୟ

କରୋନା ଆକ୍ରାନ୍ତ ହେଲେ ଅର୍ଥମନ୍ତ୍ରୀ: ୪ ଦିନ ପୂର୍ବରୁ ଉପସ୍ଥାପନ କରିଥିଲେ ରାଜ୍ୟ ବଜେଟ

ଚଣ୍ଡିଗଡ଼,୧୨।୩:  ପଞ୍ଜାବରେ କରୋନା ବ୍ୟାପୁଛି। ଏଥର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କରୋନା ଶିକାର ହୋଇଛନ୍ତି। ୫୮ ବର୍ଷୀୟ ବାଦଲ ଫେସବୁକ ମାଧ୍ୟମରେ କରୋନା ଆକ୍ରାନ୍ତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ବାଦଲ କିଛି ଦିନ ପୂର୍ବରୁ ଗୃହରେ ରାଜ୍ୟ ବଜେଟ ଉପସ୍ଥାପନ କରିଥିଲେ। ପଞ୍ଜାବରେ କରୋନା ୁ ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ଅନେକ ଜିଲାରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀ ଫେସବୁକରେ ଲେଖିଛନ୍ତି, ‘ମୋର କୋଭିଡ ଟେଷ୍ଟ ପଜିଟିଭ ଆସିଛି ଏବଂ ଏବେ ମୁଁ କ୍ୱାରାଣ୍ଟାଇନ୍‌ରେ ରହିବି। ମୋ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି।
ଏହି ସମୟରେ ବାଦଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗୃହ ଅଧିବେଶନ ପରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧିବେଶନ ପୂର୍ବରୁ ମୋର କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିଲା, କିନ୍ତୁ ଅଧିବେଶନ ପରେ ପଜିଟିଭ୍‌ ଆସିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୮ରେ ବାଦଲ ରାଜ୍ୟ ଅର୍ଥ ବଜେଟ୍‌ ଆଗତ କରିଥିଲେ।
Share