Categories: ଜାତୀୟ

କୃଷକ ଆନ୍ଦୋଳନସ୍ଥଳରେ ପୁଣି ଗଡ଼ିଲା ମୁଣ୍ଡ

ନୂଆଦିଲ୍ଲୀ, ୧୭।୧୨- ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନସ୍ଥଳରେ ଗୁରୁବାର ସକାଳେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ିନାହିଁ। ହେଲେ ଅତ୍ୟଧିକ ଶୀତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥାଇପାରେ। ମୃତ କୃଷକଙ୍କ ୩ଟି ସନ୍ତାନ ରହିଛନ୍ତି। ଏଥିପୂର୍ବରୁ ଗତ ବୁଧବାର କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଜଣେ ଶିଖ ପୂଜକ ଆତ୍ମହତ୍ୟା କରିଥିଲେ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିୟାଣା ସୀମାରେ ଦୀର୍ଘ ୨୨ ଦିନ ହେଲା କୃଷକମାନେ ଆନ୍ଦୋଳନ କରୁଛନ୍ତି। ନଭେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଆନ୍ଦୋଳନବେଳେ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ବିଶ୍ୱାସ କରାଯାଉଛି ଯେ, ଉତ୍ତର ଭାରତରେ ଅତ୍ୟଧିକ ଥଣ୍ଡା ପାଗ ଓ ଶୀତ କାରଣରୁ ହିଁ ଏତେ ସଂଖ୍ୟାରେ କୃଷକଙ୍କ ମୃତ୍ୟୁ ହୋଇଛି।

Share