ସତରେ କ’ଣ ବାହା ହେବେନି ସିଦ୍ଧୁଙ୍କ ଝିଅ

ଚଣ୍ଡିଗଡ,୧୧।୩: ଚଳିତ ପଞ୍ଜାବ ବିଧାନସଭା ନିର୍ବଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବା ନିଶ୍ଚିତ ହୋଇଛି। କାରଣ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୫୯, ଯାହାକୁ ଆପ ବେଶ ସହଜରେ ହାସଲ କରିନେଇଛି। ଏହି ନିର୍ବାଚନରେ କଂଗ୍ରେସର ଅନେକ ହେବିଓ୍ବେଟ୍‌ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଏବଂ ନବଜୋତ ସିଂ ସିଦ୍ଧୁ ଅନ୍ୟତମ। ସିଦ୍ଧୁଙ୍କୁ ଆପ୍‌ ପ୍ରାର୍ଥୀ ଜୀବନଜ୍ୟୋତି କୌର ୬୭୫୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କ ଝିଅ ରାବିୟା ଭାବପ୍ରବଣ ହୋଇପଡି ବାପା ନ ଜିତିବା ପର୍ଯ୍ୟନ୍ତ ବାହାହେବେନି ବୋଲି କହିଥିଲେ। ଏବେ ବାପା ହାରିଗଲେ। ତେବେ ଏବେ ପ୍ରଶ୍ନ ଉଠୁଛି ତାହାହେଲେ ସତରେ କଣ ବାହା ରାବିୟା? ସିଦ୍ଧୁ ହାରିବା ପରେ ସୋସିଆଲ ମିଡିଆରେ ଏଭଳି ଆଲୋଚନା ଆରମ୍ଭ ହୋଇଛି।
ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସିଦ୍ଧୁଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ଝିଅ ରାବିୟା। ଏକ ନିର୍ବଚନୀ ସଭାରେ ରାବିୟା କହିଥିଲେ ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବେନି।

Share