Categories: ଜାତୀୟ

ହଠାତ୍ ଅଜନାଲା ଗସ୍ତ କଲେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୬ ।୧୦: ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର ରାତିରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅମୃତସରର ଅଜନାଲା ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ପରେ ସେ କହିଛନ୍ତି ବିଏସ୍‌ଏଫ୍‌କୁ ସୀମାରେ ରଖିବା ଦରକାର ଓ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବାକି ଅଞ୍ଚଳକୁ ପଞ୍ଜାବ ପୋଲିସ ହାତରେ ଛାଡିଦେବା ଦରକାର । ରନ୍ଧୱା କହିଛନ୍ତି ଲୋକମାନେ ଭୟ କରୁଛନ୍ତି ଯେ ବିଏସ୍‌ଏଫ୍ କର୍ମଚାରୀମାନେ ହଠାତ୍ ସେମାନଙ୍କ ଘରେ ପ୍ରବେଶ କରିବେ ଗାଁ ଅବରୋଧ କରିବେ, ଖୋଳତାଡ କରିବେ । ଯଦି ବିଏସ୍‌ଏଫ୍ ଗାଁରେ ପ୍ରବେଶ କରେ, ସର୍ଚ୍ଚ କରେ, ମାମଲା ପଞ୍ଜିକରଣ କରେ କିମ୍ବା ଷ୍ଟେଶନ ସ୍ଥାପନ କରେ ତେବେ ଏହା ଦେଶର ସଂଘିୟ ଢାଞ୍ଚାକୁ ଦୁର୍ବଳ କରିବାର ଚେଷ୍ଟା ହେବ ବୋଲି ଲୋକେ ଭାବୁଛନ୍ତି ।

Share