Categories: ଜାତୀୟ

ରାଜ୍ୟରେ ଅଭାବ ନାହିଁ କୋଇଲା: ଡେପୁଟି ଚିଫ ଇଞ୍ଜିନିୟର ପଞ୍ଜାବ

ଚଣ୍ଡିଗଡ଼,୩୦ ।୪: ଦେଶରେ କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ବିଜୁଳି ସଙ୍କଟ ଉପୁଜିଛି । କିଛି କିଛି ରାଜ୍ୟରେ ଏବେଠାରୁ ୭-୮ ଘଣ୍ଟା ବିଜୁଳି ଯାଗାଣ ବନ୍ଦ ରହୁଥିବା ଦେଖାଗଲାଣି । ଇତିମଧ୍ୟରେ ପଞ୍ଜାବର ଡେପୁଟି ଚିଫ ଇଞ୍ଜିନିୟର ସଞ୍ଜିବ ପ୍ରଭାକର କହିଛନ୍ତି ରାଜ୍ୟରେ କୋଇଲାର ଅଭାବ ନାହିଁ ।
ପ୍ରଭାକର କହିଛନ୍ତି ଗ୍ରୀଷ୍ମ ଯୋଗୁ ବିଜୁଳି ଖର୍ଚ୍ଚ ୩୦-୪୦ ପ୍ରତିଶତ ବୃଦ୍ଧି ହୋଇଥାଏ । ଯଦି କୌଣସି ସ୍ଥାନରେ ବିଜୁଳି ଯୋଗାଣ ବନ୍ଦ ହେଉଛି ତେବେ ୨ ଥର୍ମାଲ ପ୍ଲାଣ୍ଟରେ ଯାନ୍ତ୍ରୀକ ତ୍ରୁଟିଯୋଗୁ ଏଭଳି ହେଉଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ୮୦୦ ମେଗାୱାଟର ବିଜୁଳି ପ୍ରଭାବିତ ହେଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଭଗୱନ୍ତ ମାନ ସରକାରରେ ଶକ୍ତିମନ୍ତ୍ରୀ ଥିବା ହରଭଜନ ସିଂ ବିଜୁଳି ସଙ୍କଟର ସମସ୍ତ କାରଣ ଚରଣଜିତ ସିଂ ଚନ୍ନି ସରକାରଙ୍କ ଉପରେ ଲଦି ଦେଇଥିଲେ । ସେ କହିଛନ୍ତି କଂଗ୍ରେସର ଚନ୍ନି ସରକାର ତାଙ୍କ ସମୟରେ ବିଜୁଳି ସମସ୍ୟାକୁ ନେଇ କୌଣସି ବ୍ୟବସ୍ଥା କରି ନ ଥିଲେ । ହେଲେ ଚଳିତ ବର୍ଷ ଆରମ୍ଭରୁ ବିଜୁଳି ଯୋଗାଣ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଆମ ସରକାର ଚେଷ୍ଟା କରୁଛି ଏହି ସଙ୍କଟରୁ ପଞ୍ଜାବ ଲୋକଙ୍କୁ ମୁକ୍ତ କରିବାକୁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ବିରୋଧି ବିଜୁଳି ସଙ୍କଟକୁ ନେଇ ପଞ୍ଜାବର ଆମ ଆଦମୀ ସରକାରଙ୍କୁ ଟାର୍ଗେଟ କରିଥିଲା ।

Share