Categories: ଜାତୀୟ

ମୋଦିଙ୍କୁ ଚିଠି ଲେଖିଲେ ଅମରିନ୍ଦର: କୃଷକ ଆନ୍ଦୋଳନର ସମାଧାନ ବାହାର କରନ୍ତୁ

ଚଣ୍ଡିଗଡ,୨୦।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମରିନ୍ଦର ସିଂ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କୃଷକ ଆନ୍ଦୋଳନର ସମାଧାନର ବାଟ ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶନିବାର ସେ ଅପିଲ କରି କହିଛନ୍ତି ଯେ, କୃଷକଙ୍କ ଯାହା ଦାବି ରହିଛି, ତା’ର ସନ୍ତୋଷଜନକ ସମାଧାନ ବାହାର କରାଯାଉ। ଗତ ୩ ମାସ ହେବ କୃଷକଙ୍କ ଆନ୍ଦୋଳନ ଚାଲିଛି। ଏବେ କେନ୍ଦ୍ର ଆଗକୁ ଆସି ଏହାର ସାମାଧାନ କରୁ ବୋଲି ସେ କହିଛନ୍ତି। ପଞ୍ଜାବ ଦେଶ ପାଇଁ ଫୁଡ୍‌ ସିକ୍ୟୁରିଟୀ ସୁନିଶ୍ଚିତ କରେ, ତେଣୁ କୃଷକଙ୍କ କଥାକୁ ସରକାର ଶୁଣିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କୃଷକ ମାନେ ଦୀର୍ଘ ୩ ମାସ ହେବ ଦିଲ୍ଲୀ ସୀମାରେ ୩ କୃଷି ଆଇନକୁ ବିରୋଦ କରି ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ସହ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରୁ ନାହିଁ।

Share