Categories: ଜାତୀୟ

ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର,୩।୬:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ମାନସା ଗ୍ରାମରେ ପହଞ୍ଚି ଗାୟକ ସିଦ୍ଧୁ ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଆଜି ସକାଳ ୮ଟାରେ ମାନସା ଗ୍ରାମରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗାଁ ଲୋକଙ୍କ ବିରୋଧ ଯୋଗୁ ଏହି କାର୍ଯ୍ୟକ୍ରମ କିଛି ବିଳମ୍ବ ହୋଇଥିଲା। ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ହତ୍ୟାକାରୀଙ୍କୁ ଧରିବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସରକାର ଚେଷ୍ଟା କରୁଛି ବୋଲି ଆଶ୍ୱାସନା ଦେଇଥିଲେ। ଏହାପୂର୍ବରୁ ଉତ୍ତ୍ୟକ୍ତ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ସକାଳେ ସ୍ଥାନୀୟ ଆମ୍‌ ଆଦ୍‌ମୀ ପାର୍ଟ ବିଧାୟକ ଗୁରୁପ୍ରୀତ ସିଂ ବନୱାଲିଙ୍କୁ ମଧ୍ୟ ବିରୋଧ କରିଥିଲେ।
ସୂଚନାଯୋଗ୍ୟ, ଗତ ରବିବାର ସିଦ୍ଧୁ ମୂସଓ୍ବୋଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏବେ ଏହି ହତ୍ୟା ଘଟଣାର ତଦନ୍ତ ଜାରି ଚାଲିଛି। ସେପଟେ ପଞ୍ଜାବର ମୋଗା ପୋଲିସ ହରିୟାଣାର ଦୁଇଜଣ ଯୁବକଙ୍କୁ ଅଟକ ରଖିଛି। ଉଭୟ ଯୁବକ ଫତେହାବାଦର ବାସିନ୍ଦା ବୋଲି କୁହାଯାଉଛି। ଏହି ଘଟଣାର ତଦନ୍ତ ବେଳେ ପୋଲିସ କିଛି ସିସିଟିଭି ଫୁଟେଜ ମଧ୍ୟ ଅନୁସନ୍ଧାନ କରୁଛି।

Share