Categories: ଜାତୀୟ

ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି

ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଚଣ୍ଡିଗଡ଼ ସ୍ଥିତ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ରାଜଭବନ ଯାଇ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କୁ ଭେଟିବେ। ଏହାପରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି।

ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍‌ ୮୯ଟି ଆସନରେ ଲିଡ୍‌ କରୁଛି। ଏହି ଟ୍ରେଣ୍ଡ ଜାରି ରହିଲେ ଆପ୍‌ ହିଁ ପଞ୍ଜାବରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଏହାଛଡ଼ା ଚନ୍ନି ଏଥର ୨ଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ଦୁଇଟି ଯାକ ଆସନରେ ସେ ପଛରେ ରହିଛନ୍ତି। ମୋଟାମୋଟି ଭାବେ କହିଲେ ପଞ୍ଜାବରେ କଂଗ୍ରେସ ହାରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ନି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କୁହାଯାଉଛି।

Share