ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୬ ।୧: ଘୋଷଣା ହୋଇସାରିଛି ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ । ଏଥିପାଇଁ ଶାସକ କଂଗ୍ରେସ ଦଳ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କଲାଣି । ଏହାରି ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ କମିଶନଙ୍କୁ ଏକ ଚିଠି ଲେଖି ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇ ଦେବାକୁ ଅନୁରୋଧ କରିଛନ୍ତି । ୧୪ ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅତି କମରେ ୬ ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ୧୬ ଫେବୃୟାରୀରେ ଗୁରୁ ରବିଦାସ ଜୟନ୍ତି ଥିବାରୁ ରାଜ୍ୟର ଅନୁସୂଚିତ ଜାତିର କେତେକ ଲୋକେ ବାରାଣସୀ ଯାତ୍ରା କରିବାର ସମ୍ଭାବନା ରହିଛି । ତେଣୁ ୧୪ ଫେବୃୟାରୀକୁ ହେବାକୁ ଥିବା ନିର୍ବାଚନକୁ ଅତିକମରେ ୬ ଦିନ ଘୁଞ୍ଚାଇ ଦିଆଯାଉ । ସୂଚନାଯୋଗ୍ୟ, ଶନିବାର ପଞ୍ଜାବ କଂଗ୍ରେସ ବିଧାନସଭା ନିର୍ବାଚନ ଲାଗି ତା’ର ୮୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ, ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ଉପ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ରଂଧୱା ଓ ଓପି ସୋନିଙ୍କ ସମେତ କେତେଜଣ ବରିଷ୍ଠ ନେତାଙ୍କ ନାଁ ରହିଛି ।

Share