ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ନୂତନ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କୁ କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ପଦରେ ରଖିବାକୁ କହିଛନ୍ତି।
ଚନ୍ନି କହିଛନ୍ତି ଯେ ମୁଁ ରାଜ୍ୟପାଳଙ୍କୁ ମୋର ଇସ୍ତଫା ପତ୍ର ଦେଇଛି। ନୂତନ ସରକାର ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ମୋତେ ଏବଂ କ୍ୟାବିନେଟକୁ କାମ କରିବାକୁ କହିଥିଲେ। ମୁଁ ଜନାଦେଶକୁ ସ୍ବୀକାର କରୁଛି।ପଞ୍ଜାବର ଲୋକଙ୍କ ସେବା କରିବା ପାଇଁ ଆମେ ସବୁବେଳେ ଉପସ୍ଥିତ ରହିବୁ। ଆମେ ଆମର କର୍ତ୍ତବ୍ୟ ଜାରି ରଖିବୁ। ଜନ କଲ୍ୟାଣ ପ୍ରକଳ୍ପ ଏବଂ ଯୋଜନା ଜାରି ରଖିବାକୁ ମୁଁ ନୂତନ ସରକାରଙ୍କୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଚରଣଜିତ ସିଂ ଚନ୍ନି ଏବଂ ତାଙ୍କର ଅର୍ଦ୍ଧେକ ମନ୍ତ୍ରୀ ହାରିଯାଇଛନ୍ତି। ଏଥି ସହିତ, ଆମ ଆଦମୀ ପାର୍ଟି (ଏଏପି) ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୧୧୭ ବିଧାନସଭା ଆସନ ମଧ୍ୟରୁ ଏଏପି ୯୨ ଆସନରେ ଜିତିଥିବାବେଳେ ଶାସକ କଂଗ୍ରେସକୁ ୧୮ଟି ଆସନ ମିଳିଛି।

 

Share