Categories: ଜାତୀୟ

କୃଷକ ଆନ୍ଦୋଳନକୁ ନେଇ ଅମିତ ଶାହାଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୯ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକ ଆନ୍ଦୋଳନ ଉପରେ ହସ୍ତକ୍ଷେପ କରିଥିବାରୁ ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କୃଷକଙ୍କୁ କହିଥିଲେ କି ସେମାନେ ଗୋଟିଏ ସ୍ଥାନରେ ପ୍ରଦର୍ଶନ କରନ୍ତୁ ଏହାକୁ କୃଷକମାନେ ମାନିନେବା ଦରକାର ତା’ହେଲେ ଯାଇ ତୁରନ୍ତ କଥା ହେବା ଲାଗି ବାଟ ସଫା ହୋଇପାରିବ ବୋଲି ଅମରିନ୍ଦର କହିଛନ୍ତି । ଅମିତ ଶାହା ଓ କୃଷକଙ୍କ ମଧ୍ୟରେ ଖୁବଶୀଘ୍ର କଥାବାର୍ତ୍ତାକୁ ଅମରିନ୍ଦର ସ୍ୱାଗତ କରିଛନ୍ତି । ଡିସେମ୍ବର ୩ ପୂର୍ବରୁ ଏହା ହେବକୁ ଥିବାରୁ ଏଥିରୁ ସ୍ପଷ୍ଟ ହେଉଛି ଯେ କେନ୍ଦ୍ର ସରକାର କୃଷକଙ୍କ ପକ୍ଷରେ ରହିଛନ୍ତି । ଅନ୍ୟପଟେ ସ୍ୱରାଷ୍ଟ୍ରୟମନ୍ତ୍ରୀ କହିଥିଲେ କି କୃଷକମାନେ ଯଦି ଗୋଟିଏ ସ୍ଥାନରେ ବିରୋଧ ପ୍ରଦର୍ଶନ କରନ୍ତି ତେବେ ତା’ପରଦିନ ହିଁ ସରକାର ତାଙ୍କ ସହ କଥା ହେବାକୁ ରାଜି ଅଛନ୍ତି ।

Share