Categories: ଜାତୀୟ

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଘରେ ଚଢ଼ାଉ

ନୂଆଦିଲ୍ଲୀ,୧୮।୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ପୁତୁରା ଏବଂ ଅନ୍ୟ କିଛି ନେତାଙ୍କ ଘରେ ମଙ୍ଗଳବାର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବେଆଇନ ବାଲି ଖନନ ମାମଲାରେ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏହି ଚଢ଼ାଉ କରାଯାଇଛି।

ଚନ୍ନିଙ୍କ ପୁତୁରା ଭୁପିନ୍ଦର ସିଂ ହନିଙ୍କ ଘର ସମେତ ୧୦ ସ୍ଥାନରେ ମଙ୍ଗଳବାର ସକାଳୁ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି ଇଡି ଅଧିକାରୀ। ବେଆଇନ ଟଙ୍କା ନେଣଦେଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଇଡି ଅଧିକାରୀ ସୂଚନା ଦେଇଛନ୍ତି।

ଫେବୃୟାରୀ ୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ପ୍ରସଙ୍ଗ ପାଲଟିଛି ବେଆଇନ ବାଲି ଖନନ। ଏହି ବ୍ୟବସାୟରେ ଶାସକ କଂଗ୍ରେସ ଦଳ ଜଡ଼ିତ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ଅଭିଯୋଗ କରିଆସୁଛନ୍ତି। ପଞ୍ଜାବରେ କଂଗ୍ରେସକୁ କଡ଼ା ଚ୍ୟାଲେଞ୍ଜ ଦେଉଥିବା ଆମ ଆଦମି ପାର୍ଟି (ଏଏପି) ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନି ବିରୋଧରେ ନିଜ ନିର୍ବାଚନ ମଣ୍ଡଳୀରେ ବେଆଇନ ବାଲି ଖନନ କରୁଥିବା ଅଭିଯୋଗ କରି ଆସୁଛି।

Share