Categories: ଜାତୀୟ

ପଞ୍ଜାବ କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଚଣ୍ଡିଗଡ଼,୫।୭: ପଞ୍ଜାବରେ ମଙ୍ଗଳବାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିରେ କେତେକ ପୁରୁଣା ମନ୍ତ୍ରୀଙ୍କ ବିଭାଗକୁ ପରିବର୍ତ୍ତନ କରାଯାଇଛି। ଇତିମଧ୍ୟରେ କ୍ୟାବିନେଟରେ ସୋମବାର ସାମିଲ ହୋଇଥିବା ନୂତନ ୫ଜଣ ମନ୍ତ୍ରୀଙ୍କୁ ମଧ୍ୟ ବିଭାଗ ବଣ୍ଟନ କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ନୂତନ ମନ୍ତ୍ରୀଙ୍କ ବିଭାଗ ବଣ୍ଟନର ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନୂତନ ମନ୍ତ୍ରୀ ଅମନ ଆରୋରାଙ୍କୁ ଲୋକସମ୍ପର୍କ ବିଭାଗ ମିଳିଛି। ସେହିପରି ଚେତନ ସିଂ ଜୌରାମାଜରାଙ୍କୁ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଡକ୍ଟର ଇନ୍ଦରବୀର ସିଂ ନିଜାରଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଅନମୋଲ ଗଗନ ମାନଙ୍କୁ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଫୌଜା ସିଂଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ପରିଚାଳନା କରିିବେ। ଅନ୍ୟପକ୍ଷେ ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସମସ୍ତ ନୂଆ ମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁଭକାମନା ଜଣାଇଛନ୍ତି।

Share