Categories: ଜାତୀୟ

ଏପ୍ରିଲ ୧ରୁ ଫ୍ରିରେ ମିଳିବ ବିଦ୍ୟୁତ୍‌ ସେବା

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ଏବେ ନିଜର ପ୍ରତିଶ୍ରୁତି ପାଳନ କରିବାର ସମୟ ଆସିଛି। ନିର୍ବାଚନ ପୂର୍ବରୁ ପଞ୍ଜାବର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଏବେ ଏଏପି ଘୋଷଣା କରିିଛି। ସ୍ବାସ୍ଥ୍ୟ ଏବଂ ଶିକ୍ଷା ଭିତ୍ତିଭୂମି ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମସ୍ତଙ୍କୁ ୩୦୦ୟୁନିଟ ମାଗଣା ବିଦ୍ୟୁତ ସେବା ଯୋଗାଇଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଏଏପି ଘୋଷଣା କରିଛି। ଇତିମଧ୍ୟରେ ଏଏପିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ପ୍ରଥମ ପ୍ରତିଶ୍ରୁତି ୩୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ସେବା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରତ୍ୟେକ ବର୍ଗର ଗ୍ରାହକଙ୍କ ସଂଖ୍ୟା ଏବଂ ବିଦ୍ୟୁତ୍‌ ସବ୍‌ସିଡି ବିଲ୍‌ ଉପରେ ପୂର୍ବରୁ ହିଁ ତଥ୍ୟ ସଂଗ୍ରହ କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୩ଲକ୍ଷ ଘରୋଇ ଉପଭୋକ୍ତା, ୧୪ଲକ୍ଷ କୃଷି ଉପଭୋକ୍ତା, ୧୧.୫୦ଲକ୍ଷ ବାଣିଜି୍ୟକ ଉପଭୋକ୍ତା ଏବଂ ୧.୫୦ଲକ୍ଷ ଶିଳ୍ପ ଉପଭୋକ୍ତାଙ୍କ ସମେତ ରାଜ୍ୟରେ ୧ କୋଟି ବିଦ୍ୟୁତ ଉପଭୋକ୍ତା ରହିଥିବା ସୂଚନା ମଳିଛି। ବର୍ତ୍ତମାନ ଏଏପି ସରକାର ଶପଥ ଗ୍ରହଣ ସମାରୋହକୁ ପ୍ରାଥମିକ ଧ୍ୟାନ ଦେଉଥିବା ବେଳେ ଦଳର ବରିଷ୍ଠ ଅଧିକାରୀମାନେ କିନ୍ତୁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ନୀତି ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣାପଡ଼ିଛି।

Share