ଆଇନ ବିନା ଦଣ୍ଡଦେବା ଗୁରୁତର ଅପରାଧ: ଅଧିକାର ପୂର୍ବରୁ କରିବାକୁ ପଡିବ କର୍ତ୍ତବ୍ୟ ପାଳନ

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶୁକ୍ରବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲା ଦୌରାଜଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟି ସେଖ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷ ଆଇନ (କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନ ନିରୋଧ ଆଇନ), ସାମ୍ବିଧାନିକ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ଏଥିସହ ସେ କହିଥିଲେ ଯେ, ଲୋକେ ଆଇନ ବିଷୟରେ ସଚେତନ ଥିଲେ ସମାଜରେ ନ୍ୟାୟ ଓ ସମତା ପ୍ରତିଷ୍ଠା ହୋଇପାରିବ। ଆଇନରୁ ଉର୍ଦ୍ଧ୍ୱରୁ କିଏ ନାହିଁ, ସମ୍ବିଧାନ ହେଉଛି ଶ୍ରେଷ୍ଠ। ଅନ୍ୟକୁ ନୀଚ ଦେଖାଇବା ଠିକ ନୁହଁ। ଅଧିକାର ଚାହୁଁଛ ତେବେ କର୍ତ୍ତବ୍ୟ ମଧ୍ୟ ଠିକ ଭାବେ କରିବାକୁ ପଡ଼ିବ। ଶାନ୍ତିପୂର୍ଣ୍ଣ ଭାବେ ଆମ ଦେଶରେ ବସବାସ କରିବା ଆମର ଅଧିକାର ଅଛି। ଆମ ଦେଶର ସମ୍ବିଧାନ ହେଉଛି ବିଶର ବୃହତ୍ତମ ଓ ଶକ୍ତିଶାଳୀ ସମ୍ବିଧାନ। ଅନେକ ଦେଶର ସମ୍ବିଧାନ ବିଫଳ ହୋଇଛି। କିନ୍ତୁ ଆମ ସମ୍ବିଧାନ ଆମକୁ ଶାନ୍ତିରେ ରହିବାକୁ ଦେଇଛି। ଏଠି ସବୁ ଧର୍ମର ଲୋକ ବସବାସ କରନ୍ତି। ଆମକୁ ସ୍ବାଧୀନତା ମିଳିଛି ବୋଲି ଅନ୍ୟର କିଛି କ୍ଷତି ହେଲାଭଳି କାର୍ଯ୍ୟ କରିବା ନାହିଁ। ସନ୍ଦେହର କାହାକୁ ଦଣ୍ଡିତ କରିବା ନାହିଁ। ସେଥିପାଇଁ ଆଇନ ଅଛି। ଅନ୍ୟର ସମ୍ମାନକୁ ଆଖି ଆଗରେ ରଖି ବକ୍ତବ୍ୟ ଦେବାକୁ ପଡିବ। ବିନା ଆଇନ ପ୍ରକ୍ରିୟାରେ କାହାକୁ ଦଣ୍ଡ ଦେଇହେବ ନାହିଁ। ଯଦି ଏଭଳି ବେନିୟମ କାର୍ଯ୍ୟ କିଏ କରେ ତେବେ ତାହା ଅପରାଧ। ଜାତୀୟ ପତାକା, ଜାତୀୟ ସଙ୍ଗୀତ ଏବଂ ସମ୍ବିଧାନକୁ ସମ୍ମାନ ଦେବା। ସ୍ବାଧୀନତା ସଂଗ୍ରାମୀମାନଙ୍କ ବିରୋଧର ମନ୍ତବ୍ୟ ଦେବା ଠିକ ନୁହେଁ। ସେମାନେ ଦେଶ ସ୍ବାଧୀନତା ପାଇଁ ବହୁ କଷ୍ଟ ସ୍ବୀକାର କରିଛନ୍ତି। ଜାତୀୟ ପତାକାକୁ ସର୍ବଦା ଅଣ୍ଟା ଉପରକୁ ପିନ୍ଧିବା। ୧୯୭୬ ମସିହା ପୂର୍ବରୁ ଅଧିକାର ଉପରେ ଆଲୋଚନା ହେଉଥିଲା। କିନ୍ତୁ ୧୯୭୬ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ ମୌଳିକ କର୍ତ୍ତବ୍ୟ କଥା ଆସିଥିଲା । ତେଣୁ ଅଧିକାର ହାସଲ କରିବାକୁ ହେଲେ ନିଜ କର୍ତ୍ତବ୍ୟ ସଠିକ ଭାବେ ପାଳନ କରିବାକୁ ପଡିବ ବୋଲି ବିଚାରପତି ସେଖ ମହମ୍ମଦ କଏସ କହିଥିଲେ।
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭିୟେନା ନାୟକ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ ଆଇନଗତ ଅଧିକାର ସହ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ବାନ କରିଥିଲେ। ସେ ମହିଳା ସୁରକ୍ଷା, ସମ୍ମାନ ଓ କାର୍ଯ୍ୟସ୍ଥଳରେ ସୁରକ୍ଷିତ ପରିବେଶର ଗୁରୁତ୍ୱ ଉପରେ ମଧ୍ୟ କହିଥିଲେ।
ଏସଡିପିଓ ଡ଼ା. ଦୀପକ କୁମାର ମିଶ୍ର ପୋଲିସ ବ୍ୟବସ୍ଥା, ଆଇନ ରକ୍ଷାରେ ନାଗରିକଙ୍କ ଭୂମିକା ଓ ଅପରାଧ ପ୍ରତିରୋଧରେ ସାମାଜିକ ସହଯୋଗର ଆବଶ୍ୟକତା ବିଷୟରେ କହିଥିଲେ। ଆଇନ ସହାୟତା ସଦସ୍ୟ ଡ଼ା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମାଗଣା ଆଇନ ସହାୟତା ସେବା, ଲୋକ ଅଦାଲତ ଓ ଆଇନ ସେବା ପ୍ରାପ୍ତି ପ୍ରକ୍ରିୟା ସମ୍ପର୍କରେ କହିଥିଲେ। ସଭ୍ୟା ଅଲକା ମଞ୍ଜରୀ ପଟ୍ଟନାୟକ ମହିଳା ଓ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ସଭାକୁ ସଂଯୋଜନା କରିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାଶ ଅତିଥିଙ୍କୁ ସ୍ବାଗତ କରିଥିଲେ । ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କୋର୍ଟ କର୍ମଚାରୀ ଅଙ୍କନ ପ୍ରଧାନ, ଏନଏସଏସ ଶାଖା ୧ ଅଧିକାରୀ ବି ପ୍ରଧାନ, ଏନ ସି ସି ଆର୍ମି ୱିଙ୍ଗ ସିଟିଓ ଅର୍ପଣ ପ୍ରଧାନ, ଏନସିସି ନାଭାଲ ୱିଙ୍ଗ ସିଟିଓ ବିଭୂତି ଗୌଡ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

ଓକିଲଙ୍କ ବାଇକ ଚୋରି ମାମଲା, ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ବାଇକ ଚୋରି ମାମଲାରେ ବୁଧବାର…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri