Posted inଫୁରସତ

ପ୍ରାୟଶ୍ଚିତ୍ତ ପାଇଁ ଶରୀରକୁ ଦଣ୍ଡ

ବ୍ୟାଙ୍କକ୍‌: ଥାଇଲାଣ୍ଡରେ ଆରମ୍ଭ ହୋଇଯାଇଛି ଫୁକେଟ ଭେଜିଟେରିଆନ୍‌ ଫେଷ୍ଟିଭାଲ। ଚାଇନା କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ୯ମ ଲୁନାର ମାସରେ ଅର୍ଥାତ୍‌ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି ପର୍ବ ପାଳନ କରାଯାଏ। ବେଶ୍‌ ଧୁମ୍‌ଧାମରେ ଥାଇଲାଣ୍ଡବାସୀ ଏହି ପର୍ବକୁ ପାଳନ କରନ୍ତି। ଆମିଷ ଭକ୍ଷଣ ସାଙ୍ଗକୁ ଜୀବନରେ କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ୍ତ କରିବା ପାଇଁ ଲୋକେ ଏହି ପର୍ବ ପାଳନ କରିଥାନ୍ତି। ଚାଇନାର ଏକ ଅପେରା ଗ୍ରୁପ୍‌ ମ୍ୟାଲେରିଆରେ ପୀଡ଼ିତ ହେବା ପରେ ଏହାର ପ୍ରତିକାର ପାଇଁ ଗ୍ରୁପର ଜଣେ ସଦସ୍ୟ ଚାଇନା ଯାଇ ନାଇନ୍‌ ଏମ୍ପୋରିୟର୍‌ ଗଡ୍‌ଙ୍କୁ ନିମନ୍ତ୍ରଣ କରି ଫୁକେଟ ଆଣିଥିଲେ। ତା’ ପରଠାରୁ ଅପେରା ଗ୍ରୁପ୍‌ ଏହି ପର୍ବ ପାଳନ କରିବା ଆରମ୍ଭ କରିଥିଲେ। ଏହି ପର୍ବ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଥାଇଲାଣ୍ଡ ଆସିଥାନ୍ତି। ଏଥିରେ ଅଂଶଗ୍ରହଣ କରୁଥିବା ଲୋକେ ଧରୁଆ ଛୁରି, ଖଣ୍ଡାରେ ନିଜ ଗାଲରେ ଛିଦ୍ର କରିଥାନ୍ତି। କେହି କେହି ଏକାଧିକ ଅସ୍ତ୍ରକୁ ଜିଭ ଏବଂ ଓଠରେ ମଧ୍ୟ ଖଞ୍ଜନ୍ତି। ଏପରି କରିବା ଦ୍ୱାରା ଠାକୁର ତାଙ୍କୁ ବିପଦରୁ ରକ୍ଷା କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି। ପାଖାପାଖି ୬ଟି ମନ୍ଦିରରେ ଏହି ପର୍ବ ପାଳନ କରାଯାଏ। ଚଳିତ ବର୍ଷ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇଥିବା ଏହି ପର୍ବ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri