ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର

ବେଙ୍ଗାଲୁରୁ,୬ ।୮: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହନ୍ତି ସତ, ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛନ୍ତି । ଏବେ ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । କର୍ନାଟକ ସରକାର ସ୍ୱର୍ଗତ ଅଭିନେତାଙ୍କୁ ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କରିଛନ୍ତି । ସେ କହିଛନ୍ତି ଚଳିତ ବର୍ଷ ରାଜ୍ୟ ସ୍ଥାପନା ଦିବସରେ କନ୍ନଡ ଫିଲ୍ମ ଷ୍ଟାର ସ୍ୱର୍ଗତ ପୁନିତ ରାଜକୁମାରଙ୍କୁ ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ କରାଯିବ ।

ଲାଲବାଗ ଗ୍ଲାସ ହାଉସରେ ଫ୍ଲାୱାର ଶୋ’ର ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ବୋମ୍ମଇ କହିଥିଲେ ନଭେମ୍ବର ୧ରେ କନ୍ନଡ ଫିଲ୍ମ ଷ୍ଟାର ଡ. ପୁନିଥ ରାଜକୁମାରଙ୍କୁ ‘କର୍ନାଟକ ରତ୍ନ’ ପୁରସ୍କାର ଦେବାକୁ ସ୍ଥିର କରାଯାଇଛି । ପୁରସ୍କାର ବିତରଣ ସମାରୋହର ପ୍ରସ୍ତୁତି ପାଇଁ ଏକ ସମିତି ଗଠନ କରାଯିବ । ପୁନିଥଙ୍କ ପରିବାର ସଦସ୍ୟଙ୍କୁ ବି ସମିତିରେ ସାମିଲ କରାଯିବ । ଆମେ ସମସ୍ତେ ମିଶି ପୁନିଥଙ୍କୁ ଖୁବ ସମ୍ମାନଜନକ ଭାବେ ମରଣୋତ୍ତର ପୁରସ୍କାର ପ୍ରଦାନ କରିବୁ । ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ପୁରସ୍କାର ପାଇବାରେ ପୁନିଥ ଦଶମ ପ୍ରାପ୍ତକର୍ତ୍ତା ହେବେ । ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୨୯ରେ ମାତ୍ର ୪୯ ବର୍ଷ ବୟସରେ ହୃଦଘାତରେ ପୁନିଥଙ୍କର ପରଲୋକ ହୋଇଥିଲା ।

Share