ଓଟିଟିରେ ରିଲିଜ୍‌ ହେବ ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ

ମୁମ୍ବାଇ: କର୍ନାଟକ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ପୁନୀତ ରାଜକୁମାରଙ୍କୁ କିଏ ବା ନ ଜାଣେ। ଅବଶ୍ୟ ପୁନୀତ ଆଜି ଆମ ଗହଣରେ ନାହାଁନ୍ତି। କିନ୍ତୁ ସେ ସର୍ବଦା ତାଙ୍କ ଫିଲ୍ମ ଏବଂ ଅଭିନୟ ମାଧ୍ୟମରେ ସ୍ମରଣୀୟ ହୋଇ ରହିବେ। ଇତିମଧ୍ୟରେ ପୁନୀତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପନୀତ ରାଜକୁମାରଙ୍କ ଶେଷ ଫିଲ୍ମ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି। ସୂଚନାଯୋଗ୍ୟ, ଦକ୍ଷିଣ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ୨୦୨୧ରେ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ରାଜକୁମାରଙ୍କ ଶେଷ ଫିଲ୍ମ ‘ଗନ୍ଧାଡା ଗୁଡ଼ି’କୁ ତାଙ୍କ ମତ୍ୟୁର ଏକ ବର୍ଷ ପରେ ସିନେମା ହଲ୍‌ରେ ରିଲିଜ୍‌ କରାଯାଇଥିଲା। ତାଙ୍କର ଏହି ଫିଲ୍ମକୁ ଦର୍ଶକ ବହୁତ ଭଲପାଇବା ଦେଇଥିବା ବେଳେ ଏହା ସୁପର ହିଟ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ଧମାଲ୍‌ କରିବାକୁ ଯାଉଛି। ରାଜକୁମାରଙ୍କ ୪୮ତମ ଜନ୍ମ ବାର୍ଷିକୀ ଅବସରରେ ‘ଗନ୍ଧାଡା ଗୁଡ଼ି’ ଓଟିଟିରେ ମୁକ୍ତିଲାଭ କରିବ। ପପୁଲାର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓରେ ମାର୍ଚ୍ଚ ୧୭ରେ ଏହାକୁ ଅନ୍‌ଲାଇନ ଷ୍ଟ୍ରିମିଂ କରାଯିବ। ଏବେ ଏହା ରାଜକୁମାରଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହି ଫିଲ୍ମ ଷଡଯନ୍ତ୍ରରେ ଜଙ୍ଗଲ କାଟିବା, ଜଳ ସଂରକ୍ଷଣ, ପ୍ଲାଷ୍ଟିକର ବ୍ୟବହାର ଏବଂ ବନ୍ୟଜନ୍ତୁ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ଉପରେ ଆଧାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ରାଶିଫଳ: ସିଂହ ରାଶିରେ ବୁଧଙ୍କ ଗୋଚର, ଅଚାନକ ଏହି ୫ ରାଶିକୁ ମିଳିବ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ କେବଳ ଏକ ଅତ୍ୟନ୍ତ ଶୁଭ ଗ୍ରହ ନୁହେଁ, ବରଂ ବୁଦ୍ଧି, ବାଣୀ, ତର୍କ, ବ୍ୟାପାର, ସଂଯୋଗ ଓ କୌଶଳର କାରକ ଏବଂ…

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri