ପୁଣେ, ୧୫ା୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗୁରୁବାର ବଜାଜ ପୁଣେ ଗ୍ରାଣ୍ଡ ଟୁର୍ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଦେଶରେ ପ୍ରଥମ ଥର ଏହି ୟୁସିଆଇ(ୟୁନିୟନ ସାଇକ୍ଲିଷ୍ଟ ଇଣ୍ଟରନ୍ୟାଶନାଲ) ୨.୨ କାଟେଗୋରୀ ମଲ୍ଟି ଷ୍ଟେଜ୍ ରୋଡ୍ ରେସ୍ ସାଇକ୍ଲିଂ ଇଭେଣ୍ଟ ଆୟୋଜନ କରାଯାଇଛି।
ଏହା ଜାନୁଆରୀ ୧୯ରୁ ୨୩ ପର୍ଯ୍ୟନ୍ତ ହେବ। ପୁରୁଷମାନଙ୍କ ପାଇଁ ଏହି ରୋଡ୍ ସାଇକ୍ଲିଂ ଇଭେଣ୍ଟରେ ୪୩୭ କି.ମି. ବିଶିଷ୍ଟ ରେସ୍ ଡେକାନ ପ୍ଲାଟ୍ୟୁରୁ ସାୟଦ୍ରି ରେଞ୍ଜ ମଧ୍ୟ ଦେଇ ଅନୁଷ୍ଠିତ ହେବ। ଇଭେଣ୍ଟରେ ୩୫ଟି ଦେଶର ୨୯ଟି ଦଳରେ ୧୭୧ ରାଇଡର ଅଂଶଗ୍ରହଣ କରିବେ।


