Categories: ଜାତୀୟ

ରନ୍ ୱେକୁ ଯାଇ ପୁଣି ବେ କୁ ଫେରିଆସିଲା ଏୟାର ଏସିଆ ବିମାନ

ପୁଣେ,୭ ।୧୧: ଦେଶରେ ଏବେ ବିମାନ କମ୍ପାନୀର କିଛି ବିମାନରେ କିଛି ନା କିଛି ତ୍ରୁଟି ଦେଖିବାକୁ ମିଳୁଛି । ରବିବାର ସନ୍ଧ୍ୟାରେ ଏୟାର ଏସିଆର ଏକ ବିମାନରେ କିଛି ଟେକନିକାଲ ତ୍ରୁଟି ଦେଖାଯାଇଛି । ଫଳରେ ବିମାନଟି ଉଡିବା ପୂର୍ବରୁ ରନ୍ ୱେରୁ ପୁଣି ବେ କୁ ଫେରି ଆସିଥିଲା । ସୂଚନା ଅନୁଯାୟୀ, ଟେକ୍ ଅଫ୍ ସମୟରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଯାତ୍ରାକୁ ରଦ୍ଦ କରିବାକୁ ପଡିଛି ।
ବିମାନ କମ୍ପାନୀର ପ୍ରବକ୍ତା କହିଛନ୍ତି, ବିମାନ ଉଡାଣରେ ବିଳମ୍ବ ଯୋଗୁ ଯାତ୍ରୀଙ୍କୁ କ୍ଷମା ମାଗୁଛୁ । ସୂଚନାଯୋଗ୍ୟ. ଏହା ପୂର୍ବରୁ ଦିଲ୍ଲୀରୁ ବେଙ୍ଗାଲୁରୁ ଯିବାକୁ ଥିବା ଏକ ବିମାନକୁ ଏହାର ଇଞ୍ଜିନରେ ନିଆଁ ଦେଖାଦେବାରୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା । ଏହା ରନୱେରେ ଥିବା ବେଳେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏହା ଉଡିଯାଇଥାଆନ୍ତା । ହେଲେ ଜଣେ ଯାତ୍ରୀଙ୍କ ନଜରରେ ଏହା ଆସିବାରୁ ବିମାନଟିକୁ ରନ ୱେରେ ହିଁ ଅଟକାଇ ଦିଆଯାଇଥିଲା ।

Share