ପୁନମ ପାଣ୍ଡେଙ୍କ ଟ୍ରେଣ୍ଡ ମଧ୍ୟରେ ଦିଲ୍ଲୀ ପୋଲିସର ପୋଷ୍ଟ ଭାଇରାଲ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା ଅଭିନେତ୍ରୀ ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରିଛନ୍ତି। ପୋଷ୍ଟ ପଢ଼ିବା ପରେ କିଛି ଲୋକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଲୋକ ବିଗତ ଦିନଗୁଡ଼ିକୁ ମନେ ପକାଇ କାନ୍ଦ ଇମୋଜି ଦେଇ ନିଜର ଭାବନା ପ୍ରକାଶ କରିଥିଲେ। ଶନିବାର ପୁନମ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ଜୀବିତ ଏବଂ ଗର୍ଭାଶୟ କର୍କଟ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହା କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ପୁନମଙ୍କୁ ଲୋକେ ଆହୁରି ବହୁତ ଟ୍ରୋଲ୍‌ କରୁଛନ୍ତି। ସେପଟେ ଦିଲ୍ଲୀ ପୋଲିସ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ବିଶେଷ ପରାମର୍ଶ ଦେଇଛି। ପୁନମଙ୍କ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏହି ପୋଷ୍ଟ ଶେୟାର କରିଛି ବୋଲି ଜଣାପଡ଼ିଛି।

 

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିଲ୍ଲୀ ପୋଲିସ ଏହାର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛି। ଏଥିରେ କ୍ୟାପ୍‌ଶନ୍‌ ଲେଖା ଅଛି, ହଁ ହଁ ତୁମେ। ଇଆଡ଼େ ସିଆଡ଼େ ଚାହଁନା। ତୁମ କଥା କହିଁ କହୁଛୁ। ତୁମେ ଅଣ୍ଡରଟେକର୍‌, ମିହିର ବିରାନୀ କିମ୍ବା ସ୍ପେଶାଲ କେସ୍‌ ନୁହେଁ। ଯଦି ତୁମେ ପୁନର୍ବାର ଜୀବିତ ହେବାକୁ ଯାଉଛ, ତେବେ ସବୁବେଳେ ପାଇଁ ହେଲମେଟ୍‌ ପିନ୍ଧନ୍ତୁ ଏବଂ ସିଟ୍‌ ବେଲ୍ଟ ବାନ୍ଧନ୍ତୁ। ଏହା ବୁଝିବାକୁ ହେବ ଯେ, ଏହି ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ମାଧ୍ୟମରେ ସଚେତନ କରାଉଛି।

ସୋସିଆଲ ମିଡିଆ ୟୁଜରମାନେ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପୁନମଙ୍କ ନାମ ମଧ୍ୟ ଏହା ସହିତ ଆସିବା ଉଚିତ’। ଅନ୍ୟ ଜଣେ ୟୁଜର କହିଛନ୍ତି, ଦିନକୁ ଦିନ ଏହା ମୋର ପ୍ରିୟ ପେଜ୍‌ ପାଲଟିଛି। ଆଉ ଜଣେ ୟୁଜର କହିଛନ୍ତି, ଦୟାକରି ପୁନମଙ୍କ ନାମରେ ମାମଲା ରୁଜୁ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

‘ଏମାନେ ମୋ ପୁଅକୁ ହତ୍ୟା କରିଛନ୍ତି! ’, ପିଏ ମା’ଙ୍କ ଚାଞ୍ଚଲ୍ୟକାର ଖୁଲାସା

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ଡାହାଣ ହାତ ବୋଲି ବିବେଚିତ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚନ୍ଦ୍ରନାଥଙ୍କ ମା’…

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri