Categories: ଖେଳ

କ୍ରିକେଟ ଷ୍ଟାଡିୟମ୍‌ରେ ଲାଗିଛି ଲଙ୍କା-କଖାରୁ, ରାଗି ଏଭଳି କହିଲେ ଶୋଏବ୍‌ ଅଖତର…

ଲାହୋର,୧୯।୮: ଷ୍ଟାଡିୟମ୍‌ରେ ଖେଳ ହୁଏ। ତେବେ ଏବେ ବହୁଦିନ ଧରି ଷ୍ଟାଡିୟମ୍‌ ଖାଲି ପଡ଼ିବାରୁ ସେଠାରେ ଲଙ୍କା ଏବଂ କଖାରୁ ଗଛ ଉଠି ଫଳ ବି ଫଳିଛି। ଏଭଳି ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନଓ୍ବୋଲ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଛି। ଷ୍ଟାଡିୟମ୍‌ରେ ବିଭିନ୍ନ ପ୍ରକାରର ପନିପରିବା ଲଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ରାଗି କହିଛନ୍ତି ଯେ, ଷ୍ଟାଡିୟମ୍‌କୁ ଏଭଳି ନଷ୍ଟ କରିବା ଉଚିତ ନୁହେଁ। ଏନେଇ ପୂର୍ବତନ ପେସ୍‌ ବୋଲର ବେଶ୍‌ ଭାବୁକ ଏବଂ ମର୍ମାହତ ହୋଇଛନ୍ତି।

Share