Categories: ଜାତୀୟ

ଭାଜପା ଉପରେ ବର୍ଷିଲେ ବାଘେଲା

ଅହମ୍ମଦାବାଦ,୨।୫: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଭାଜପାର ଏକ ଷଡଯନ୍ତ୍ର। ଗୋଧ୍ରା ଦଙ୍ଗା ପରି ପୁଲଓ୍ବାମା ମଧ୍ୟ ଭାଜପାର ଏକ ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି। ଏନ୍‌ସିପି ନେତା ବାଘେଲା କହିଛନ୍ତି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଯେଉଁ ଗାଡିରେ ଆର୍‌ଡିଏକ୍ସ ନିଆଯାଉଥିଲା ତା’ର ରେଜିଷ୍ଟ୍ରେଶନ ନମ୍ବର ଗୁଜରାଟର ଥିଲା। ତେଣୁ ନିର୍ବାଚନ ଜିତିବା ଲାଗି ଭାଜପା ଆତଙ୍କବାଦୀଙ୍କ ସାହାରା ନେଇଥିବା ବାଘେଲା ଖବରଦାତାଙ୍କୁ କହିଛନ୍ତି। କାରଣ ଗତ ୫ ବର୍ଷ ଭାଜପା ଶାସନ ସମୟରେ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ବାଲାକୋଟ ଆକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନାହିଁ। କାରଣ କୌଣସି ବିଦେଶୀ ଏଜେନ୍ସି ଏହାର ସ୍ପଷ୍ଟ ଚିତ୍ର ଦେଇନାହିଁ।

Share