Posted inଖେଳ

ଖୁସି ପ୍ରକାଶ କଲେ ପୂଜାରା

ମୁମ୍ବାଇ,୨୩।୫: ଜୁଲାଇ ୧ରୁ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ଟେଷ୍ଟ ଦଳରୁ ଡାକରା ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ଚେତେଶ୍ୱର ପୂଜାରା। ଖରାପ ଫର୍ମ କାରଣରୁ ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ନିକଟରେ କାଉଣ୍ଟି କ୍ରିକେଟରେ ସେ ଦୁଇଟି ଦ୍ୱିଶତକ ସହ ୭୦୦ରୁ ଊର୍ଦ୍ଧ୍ୱ ରନ୍‌ ସ୍କୋର କରିଥିଲେ। କାଉଣ୍ଟି କ୍ରିକେଟରେ ତାଙ୍କ ପ୍ରଦର୍ଶନ ବିଚାରକୁ ନେଇଥିବାରୁ ଚୟନକର୍ତ୍ତାଙ୍କୁ ପୂଜାରା ଧନ୍ୟବାଦ୍‌ ଦେଇଛନ୍ତି।
”ଇଂଲଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଏବଂ କାଉଣ୍ଟି କ୍ରିକେଟରେ ମୋ ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୋର ବଶ୍ୱାସ ଥିଲା, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି କାଉଣ୍ଟି କ୍ରିକେଟ ମୋତେ ଭଲ ସ୍ଥିତିରେ ରଖିବ। ପ୍ରତି ଥର ଭଳି ମୁଁ ବିଦେଶ ଗସ୍ତ ପୂର୍ବରୁ ଏଭଳି ପ୍ରସ୍ତୁତି ଏବଂ ଟ୍ରେନିଂକୁ ଗୁରୁତ୍ୱଦିଏ। ଆଶା କରେ ଭାରତୀୟ ଦଳ ପ୍ରତି ଯୋଗଦାନ ଜାରି ରଖିବି“ବୋଲି ପୂଜାରା ରବିବାର ରାତିରେ ଇଂଲଣ୍ଡରୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସସେକ୍ସ ପକ୍ଷରୁ ଚଳିତ ସିଜନରେ ପୂଜାରା ମାତ୍ର ୫ ମ୍ୟାଚ୍‌ (୮ ଇନିଂସ)ରେ ୭୨୦ ରନ୍‌ କରିଛନ୍ତି। ଏଥିରେ ୪ଟି ଶତକ ରହିଛି। କେବଳ ଡରହାମର ସିନ ଡିକସନ ଓ ଡର୍ବିଶାୟାରର ଶନ ମାସୁଦ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨’ରେ ତାଙ୍କ ଠାରୁ ଅଧିକ ସ୍କୋର କରିଛନ୍ତି। ୩୩ ବର୍ଷୀୟ ପୂଜାରା ଏବେ ୧୦୦ ଟେଷ୍ଟଠାରୁ ମାତ୍ର ୫ ମ୍ୟାଚ୍‌ ଦୂରରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri