Categories: ଖେଳ

୯୦ ଟେଷ୍ଟ ଖେଳିବା ପରେ ବି ସକ୍ଷମ ବୋଲି ପ୍ରମାଣ ଦେବାକୁ ପଡ଼ୁଛି: ପୂଜାରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଟେଷ୍ଟ ଟିମ୍‌ରୁ ବାଦ୍‌ ପଡ଼ିବା ନିରାଶାଜନକ ଥିଲା। ଏହାଫଳରେ ନିଜ ଦକ୍ଷତା ଉପରେ ସନ୍ଦେହ ସହ ମନରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା। ଭାରତ ଲାଗି ସେ ୧୦୩ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ହେଲେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଟେଷ୍ଟ ଟିମ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ପୂଜାରା ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପୂଜାରା କହିଛନ୍ତି, ଗତ କିଛି ବର୍ଷରେ ଉତ୍ଥାନ-ପତନର ସାମ୍ନା କରିଛି। ଖେଳାଳି ଭାବେ ୯୦ରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିବା ସତ୍ତ୍ୱେ ନିଜକୁ ପ୍ରମାଣ କରିବାକୁ ପଡ଼ିବା ମୋର ପରୀକ୍ଷା। ଏବେ ବି ନିଜେ ସକ୍ଷମ ବୋଲି ପ୍ରମାଣ ଦେବାକୁ ପଡ଼ୁଛି। ଏହାକୁ ନେଇ କେବେ କେବେ ମନରେ ହତାଶା ଭାବ ଆସେ ବୋଲି ସେ କହିଛନ୍ତି।

Share