ଜଳେଶ୍ୱର, ୩ା୯(ରବିନାରାୟଣ ପାତ୍ର)ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଲୋକଙ୍କ ମନରେ ବସାବାନ୍ଧି ରହିଛି ଅନ୍ଧବିଶ୍ୱାସ। ଜଣେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିବା ସତ୍ତ୍ୱେ ପରିବାର ଲୋକେ ସତ୍କାର ନ କରି ବଞ୍ଚାଇବା ପାଇଁ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନ କରିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଝାଡପିମ୍ପଳ ପଞ୍ଚାୟତର ତ୍ରିପାଣ ଦଣ୍ଡପାଟଙ୍କ ପୁଅ ଜୀବନ (୧୪) ଗୁରୁବାର ନିଜ ସାନ ଭାଇଙ୍କ ସହିତ ଗାଁରେ ଥିବା ଅନ୍ୟ ଜଣେ ସମ୍ପକୀୟଙ୍କ ଘରକୁ ରାକ୍ଷୀପୂର୍ଣ୍ଣମୀ ଉପଲକ୍ଷେ ଯାଇଥିଲେ। ଦୁଇଭାଇ ଘରକୁ ଫେରୁଥିବା ବେଳେ ଗାଁର କପିଳେନ୍ଦ୍ର ଗିରିଙ୍କ ଗାଡିଆ ନିକଟରେ ମାଛ ପହଁରୁଥିବା ଦେଖିଥିଲେ। ଜୀବନ ମାଛ ଧରିବାକୁ ଗାଡିଆ ଭିତରେ ପଶିଥିବା ବେଳେ ସାନଭାଇ ହୁଡାରେ ବସିଥିଲେ। ଜୀବନ ହଠାତ୍ ପାଣିରେ ବୁଡିଯାଇଥିଲେ। ସାନଭାଇ ଏହା ଦେଖି କପିଳେନ୍ଦ୍ର ଗିରିଙ୍କ ଘରକୁ ଦୌଡିଯାଇ ଏ କଥା କହିଥିଲେ। ତାଙ୍କ ଘରୁ ଦୁଇଜଣ ବ୍ୟକ୍ତି ଆସି ଗାଡିଆ ନିକଟରେ ଥିବା ବିଦ୍ୟୁତ୍ଖୁଣ୍ଟରୁ ଏକ ତାର ପୋଖରୀ ପାଣିକୁ ଲାଗିଥିବା ଦେଖି ବାଡିରେ ଖସାଇ ଦେଇଥିଲେ। ଗାଁ ଲୋକେ ରୁଣ୍ଡ ହୋଇ ପୋଖରୀରୁ ଜୀବନକୁ ଉଦ୍ଧାର କରି ବାଲିଆପାଳସ୍ଥିତ ଇଡକୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ବିଦ୍ୟୁତ୍ ବିଭାଗକୁ ଦାୟୀ କରି ପରିବାର ଲୋକେ କମର୍ଦ୍ଦା-ବାଲିଆପାଳ ରାସ୍ତାର କାଳିକାପୁରଠାରେ ରାସ୍ତାରୋକୋ କରିଥିଲେ। ସେଠାରେ ଜୀବନଙ୍କ ହାତ ଓ ଗୋଡ ଆଙ୍ଗୁଳି ସଂଚାଳନ ହେଉଥିବା ଅନୁଭବ କରି ପରିବାର ଲୋକେ ଗାଁ ଲୋକଙ୍କ ପ୍ରରୋଚନାରେ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନା କରିଥିଲେ ଓ ପରେ ପୁଣି ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ଦ୍ୱିତୀୟ ଥର ପାଇଁ ମୃତ ଘୋଷଣା କରିବାରୁ ଜୀବନଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ। ଶୁକ୍ରବାର ଜୀବନଙ୍କ ଶବ ବ୍ୟବଚ୍ଛେଦ ଲାଗି ଜଳେଶ୍ୱର ଜିକେଭଟ୍ଟର ହସପିଟାଲକୁ ଅଣାଯାଇଥିଲ। ଶନିବାର ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି।
Posted inHome, Home Left, ଆମ ଜିଲା ଖବର, ବାଲେଶ୍ୱର View All
ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…
ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ
ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…
ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ
ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…
ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର
ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…
ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ
ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…
ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍ରେ ବାଲେନ୍ଦ୍ର ସରକାର
କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି।…
ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ
ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…
ଆଜିଠୁ ଆଇପିଏଲ୍: ମୁହାଁମୁହିଁ ହେବେ ଏହି ୨ ଟିମ୍
ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…
Archives

