ମୃତ ନାବାଳକଙ୍କୁ ବଞ୍ଚାଇବା ଲାଗି ପୂଜାର୍ଚ୍ଚନା

ଜଳେଶ୍ୱର, ୩ା୯(ରବିନାରାୟଣ ପାତ୍ର)ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଲୋକଙ୍କ ମନରେ ବସାବାନ୍ଧି ରହିଛି ଅନ୍ଧବିଶ୍ୱାସ। ଜଣେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିବା ସତ୍ତ୍ୱେ ପରିବାର ଲୋକେ ସତ୍କାର ନ କରି ବଞ୍ଚାଇବା ପାଇଁ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନ କରିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଝାଡପିମ୍ପଳ ପଞ୍ଚାୟତର ତ୍ରିପାଣ ଦଣ୍ଡପାଟଙ୍କ ପୁଅ ଜୀବନ (୧୪) ଗୁରୁବାର ନିଜ ସାନ ଭାଇଙ୍କ ସହିତ ଗାଁରେ ଥିବା ଅନ୍ୟ ଜଣେ ସମ୍ପକୀୟଙ୍କ ଘରକୁ ରାକ୍ଷୀପୂର୍ଣ୍ଣମୀ ଉପଲକ୍ଷେ ଯାଇଥିଲେ। ଦୁଇଭାଇ ଘରକୁ ଫେରୁଥିବା ବେଳେ ଗାଁର କପିଳେନ୍ଦ୍ର ଗିରିଙ୍କ ଗାଡିଆ ନିକଟରେ ମାଛ ପହଁରୁଥିବା ଦେଖିଥିଲେ। ଜୀବନ ମାଛ ଧରିବାକୁ ଗାଡିଆ ଭିତରେ ପଶିଥିବା ବେଳେ ସାନଭାଇ ହୁଡାରେ ବସିଥିଲେ। ଜୀବନ ହଠାତ୍‌ ପାଣିରେ ବୁଡିଯାଇଥିଲେ। ସାନଭାଇ ଏହା ଦେଖି କପିଳେନ୍ଦ୍ର ଗିରିଙ୍କ ଘରକୁ ଦୌଡିଯାଇ ଏ କଥା କହିଥିଲେ। ତାଙ୍କ ଘରୁ ଦୁଇଜଣ ବ୍ୟକ୍ତି ଆସି ଗାଡିଆ ନିକଟରେ ଥିବା ବିଦ୍ୟୁତ୍‌ଖୁଣ୍ଟରୁ ଏକ ତାର ପୋଖରୀ ପାଣିକୁ ଲାଗିଥିବା ଦେଖି ବାଡିରେ ଖସାଇ ଦେଇଥିଲେ। ଗାଁ ଲୋକେ ରୁଣ୍ଡ ହୋଇ ପୋଖରୀରୁ ଜୀବନକୁ ଉଦ୍ଧାର କରି ବାଲିଆପାଳସ୍ଥିତ ଇଡକୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରି ପରିବାର ଲୋକେ କମର୍ଦ୍ଦା-ବାଲିଆପାଳ ରାସ୍ତାର କାଳିକାପୁରଠାରେ ରାସ୍ତାରୋକୋ କରିଥିଲେ। ସେଠାରେ ଜୀବନଙ୍କ ହାତ ଓ ଗୋଡ ଆଙ୍ଗୁଳି ସଂଚାଳନ ହେଉଥିବା ଅନୁଭବ କରି ପରିବାର ଲୋକେ ଗାଁ ଲୋକଙ୍କ ପ୍ରରୋଚନାରେ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନା କରିଥିଲେ ଓ ପରେ ପୁଣି ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ଦ୍ୱିତୀୟ ଥର ପାଇଁ ମୃତ ଘୋଷଣା କରିବାରୁ ଜୀବନଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ। ଶୁକ୍ରବାର ଜୀବନଙ୍କ ଶବ ବ୍ୟବଚ୍ଛେଦ ଲାଗି ଜଳେଶ୍ୱର ଜିକେଭଟ୍ଟର ହସପିଟାଲକୁ ଅଣାଯାଇଥିଲ। ଶନିବାର ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri