୩ ଲିଟର କ୍ଷୀର ଦେଉଛି ୧୩ ମାସର ବାଛୁରୀ

ଭଦ୍ରକ, ୩।୯(ସନାତନ ରାଉତ)ମାତ୍ର ୧୩ ମାସର ଏକ ବାଛୁରୀ ଗର୍ଭବତୀ ନ ହୋଇ ମଧ୍ୟ ଦିନକୁ ୩ ଲିଟର କ୍ଷୀର ଦେବା ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୃତ୍ରିମ ପ୍ରଜନନରୁ ଜନ୍ମ ହୋଇଥିବା ମାଈ ବାଛୁରୀଟି ଏବେ କାମଧେନୁର ଆଖ୍ୟା ପାଇଛି। ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ତିହିଡ଼ି ବ୍ଲକର ଫତେପୁର ଗ୍ରାମରେ। ଉକ୍ତ ଗ୍ରାମର ସୁଦର୍ଶନ ଦାସଙ୍କ ବାଛୁରୀ ମାତ୍ର ୧୨ମାସ ବୟସରୁ ଦୁଗ୍ଧ ଉତ୍ପାଦନ ଆରମ୍ଭ କରିଛି। ପ୍ରଥମେ ଏକ ମାସ ବୟସ ହେବା ପରେ ଉକ୍ତ ବାଛୁରୀର ଚିର ଏବଂ ପହ୍ନା ବାହାରିବା ଆରମ୍ଭ ହେଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭିଟାମିନ, ଦାନା ଆଦି ଖାଇବାକୁ ଦେବା ପରେ ବାଛୁରୀଟି ଏବେ ଦୁଇ ଓଳିରେ ଦୈନିକ ୩ ଲିଟର କ୍ଷୀର ଦେଉଥିବା କହିଛନ୍ତି ସୁଦର୍ଶନ। ଉପଯୁକ୍ତ ଲାଳନପାଳନ, ଖାଦ୍ୟ, ଯନତ୍ ତଥା ଅତ୍ୟଧିକ ପ୍ରୋଲାକ୍ଟିନ, ଅକ୍ସିଟୋସିନ ଆଦି ହରମୋନ କ୍ଷରଣ ଯୋଗୁ ଏହା ସମ୍ଭବ ବୋଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିରାକାର ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ମିଳିଲା ଅଗ୍ନିବୀରଙ୍କ ମୃତଦେହ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବାପା

ବାଲୁଗାଁ,୨୦।୪: ଖୋଦ୍ଧା ଜିଲା INS ଚିଲିକାରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଝିଟ୍‌କି ହୋଇପଡିଥିବା ଗୁରୁତର ଆହତଙ୍କୁ ଡ୍ରାଇଭର…

ମୋହନା,୨୦।୪ ( ମନ୍ମଥ ମିଶ୍ର ) : ରାୟଗଡା ଠାରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯିବା ସମୟରେ ବିରିକୋଟ ନିକଟସ୍ଥ ଶିବ ମନ୍ଦିର ନିକଟରେ ଯୁବକକୁ ଧକ୍କା…

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

ମୋଦି ଯିବା ପୂର୍ବରୁ ସବୁ ଜଳିପୋଡ଼ି ହୋଇଗଲା ପାଉଁଶ: ଗୋଟିଏ ଦିନ ପରେ କରିଥାନ୍ତେ…

ଜୟପୁର,୨୦।୪: ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। CDU ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ଦମକଳ ଗାଡ଼ି…

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

ଏହି ଯୁବତୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ

ମସ୍କୋ,୨୦।୪:ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆରେ ତାଙ୍କ ବିରୋଧୀ ଏବଂ ସମାଲୋଚକମାନଙ୍କୁ ଆଗକୁ ବଢିବାକୁ ହେବାକୁ ଦିଅନ୍ତି ନାହିଁ। ପୁଟିନଙ୍କ ବିରୋଧରେ କହୁଥିବା ରାଜନେତା ଏବଂ ସାଧାରଣ ନାଗରିକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri