ଅଗସ୍ତିନୂଆଗାଁ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ମା’ ଶ୍ୟାମାକାଳୀଙ୍କ ପୂଜା ଏଠାରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି। ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବମୁଖର ହୋଇଛି । ପ୍ରତ୍ୟେକ ଦିନ ମା’ ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି, ବାହ୍ୟ କୁମ୍ଭ ପୂଜା, ହୋମ ଇତ୍ୟାଦି ପୂଜାବିଧି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।
ଏହି ଅବସରରେ ମଧ୍ୟାହ୍ନରେ ଋଷିକୁଲ୍ୟା ନଦୀରୁ କଳସଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରେ ମହାଆଳତି, ବାହ୍ୟ
କୁମ୍ଭପୂଜା, ହୋମ ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେଉଛି। ଏହି ପୂଜା ପଣ୍ଡିତ ସୁମନ ପଣ୍ଡାଙ୍କ ଦାରା ସମ୍ପାଦନ ହେଉଥିଲା ବେଳେ ଚିକୁନ ପଣ୍ଡା ଓ ଭାସ୍କର ପଣ୍ଡା ସହଯୋଗ କରୁଛନ୍ତି ।