ଗଞ୍ଜାମ, ୧୩।୯(ବିଦ୍ୟାଧର ସାହୁ ): ଲୋକ ସମ୍ପର୍କ ସୂଚନା କାର୍ଯ୍ୟାଳୟ ପକ୍ଷରୁ ଭାରତୀ ବିଦ୍ୟାପୀଠଠାରେ ରଚନା ପତ୍ରଲିଖନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମ୍ୟାଟ୍ରିକ ପରୀକ୍ଷାରେ ୪୬୦ ମାର୍କ ରଖି ପାସ କରିଥିବା ଅର୍ଜୁନ ଗୌଡ଼ଙ୍କ ଝିଅ ପୂଜା ଗୌଡ଼ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ରଚନା ଓ ପତ୍ର ଲିଖନରେ ୱାର୍ଡ ନଂ ଛଅ ଅଙ୍ଗନୱାଡି କର୍ମୀ ମିନାକ୍ଷୀ ବେହେରା ପ୍ରଥମ ସ୍ଥାନ ଆଣିଥିଲେ। । ପୋଷଣ ମାସ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉଭୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ସିଡିପିଓ ସଲୀଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


