ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ୧ ହଜାର ୬୩୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ତାଙ୍କୁ ୭୩ ହଜାର ୪୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ନାଉରୀଙ୍କ ସପକ୍ଷରେ ୭୧ ହଜାର ୭୮୮ ଖଣ୍ଡ ଭୋଟ ପଡ଼ିଥିଲା।
ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ କଲାମାଟି ପଞ୍ଚାୟତ ବାବୁବନ୍ଧ ଗାଁରେ ୧୯୮୧ରେ ତାଙ୍କ ଜନ୍ମ। ସୁଦର୍ଶନଙ୍କ ପିତା ତେଜରାଜ ହରିପାଲ ଏବଂ ମାତା ପାତ ହରିପାଲ ମୂଲମଜୁରି କରି ପରିବାର ପୋଷଣ କରୁଥିଲେ। ବାବୁବନ୍ଧରେ ରାଜପଥ କଡ଼ରେ ଥିବା ତାଙ୍କ ଘର ରାଜପଥ ସମ୍ପ୍ରସାରଣରେ ଭାଙ୍ଗି ଦିଆଗଲା। ତା’ପରେ ବଡ଼ କଷ୍ଟରେ ଜିଲାର ଗୋଶାଳାରେ ଆସି ରହିଥିଲେ। ବାବୁବନ୍ଧରେ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସୁଦର୍ଶନ ବୈଜାମଣ୍ଡା ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଏହାପରେ ଗୋଶାଳା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ସେ ଜ୍ୟୋତି ବିହାର ଜୁନିୟର କଲେଜରୁ ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ବୁର୍ଲା ଏନ୍‌ଏସି ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ହେଲେ ପରିବାରିକ ସମସ୍ୟା ଯୋଗୁ ସେ ପାଠ ଛାଡ଼ି କଲାମାଟି ପଞ୍ଚାୟତରେ କମ୍ୟୁନିଟି ମୋବିଲାଇଜର ଭାବେ ଯୋଗଦେଇଥିଲେ। ତା’ ସହ ଛାତ୍ରୀଛାତ୍ରଙ୍କୁ ଟିଉସନ କରିବା ଆରମ୍ଭ କରିଥିଲେ। ୨୦୦୭ରେ ହିଣ୍ଡାଲକୋରେ ଏକ ଠିକା ସଂସ୍ଥା ଅଧୀନରେ ସୁପରଭାଇଜର ଭାବେ ଯୋଗଦେଇଥିଲେ। ବିଜେଡି ପ୍ରତି ତାଙ୍କର ଆକର୍ଷଣ ଯୋଗୁ ସେ ଦଳରେ ଯୋଗଦେଇଥିଲେ। ବିଜେଡିର ପୋଷ୍ଟର ଲଗାଇବା କାମରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଯାତ୍ରା। ୨୦୧୨ରେ ସେ ଧନକଉଡ଼ା ବ୍ଲକ୍‌ ପାଇଁ ବିଜେଡିର ଡିଜିଟାଲ ମିଡିଆ ସଂଯୋଜକ ହୋଇଥିେଲେ। ୨୦୨୨ରେ ଜିଲା ପରିଷଦ ନିର୍ବାଚନରେ ଭାଜପାର ଗଡ଼ କୁହାଯାଉଥିବା ଗୋଶାଳା ଅଞ୍ଚଳ ପାଇଁ ବିଜେଡି ଏକ ସ୍ବଚ୍ଛ ଚେହେରା ଖୋଜୁଥିଲା। ସାମାଜିକ କାର୍ଯ୍ୟ କରୁଥିବା ସୁଦର୍ଶନଙ୍କୁ ଜିଲା ପରିଷଦ ଟିକେଟ ମିଳିଥିଲା। ସେ ଜିଲାପରିଷଦ ସଦସ୍ୟ ଭାବେ ବିଜୟୀ ହେବାପରେ ଜନସମ୍ପର୍କକୁ ଆହୁରି ସୁଦୃଢ଼ କରିଥିଲେ। ୨୦୨୪ ନିର୍ବାଚନରେ ତତ୍କାଳୀନ ଭାଜପା ବିଧାୟକ ନାଉରୀ ନାୟକଙ୍କ ସମ୍ମୁଖରେ ଅନେକେ ପୁରୁଣା ନେତାଙ୍କୁ ତଉଲିବା ପରେ ସୁଦର୍ଶନଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରିଥିଲା।
ବିଧାୟକ କହନ୍ତି
ବିଜେଡିରୁ ଟିକେଟ ପାଇବା ନେଇ ପୂର୍ବରୁ ଚିନ୍ତା କରି ନ ଥିଲି ବୋଲି ସୁଦର୍ଶନ କହିଛନ୍ତିି। ବିଧାୟକ ହେବାପରେ ମୁଁ ସାପ୍ତାହିକ ରୁଟିନ୍‌ ତିଆରି କରି ପୂରା ନିର୍ବାଚନମଣ୍ଡଳୀ ବୁଲୁଛି। ଗୋଶାଳାରେ ଲୋକଙ୍କ ସୁବିଧା ପାଇଁ ମାଗଣାରେ ଅନଲାଇନ୍‌ ଆବେଦନ କରିବା ବ୍ୟବସ୍ଥା କରିଛି। ଆଗକୁ ବିଧାନସଭା କ୍ଷେତ୍ରର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ। ଗାଁ ଗାଁରୁ ବୁର୍ଲା ଭିମ୍‌ସାର ମେଡିକାଲକୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ଭିମସାରରେ ଜଣେ ଯୁବକଙ୍କୁ ରୋଗୀମାନଙ୍କୁ ସହଯୋଗ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ପ୍ରତି ସପ୍ତାହରେ ବିଭିନ୍ନ ଗାଁକୁ ଯାଇ ଲୋକମାନଙ୍କ ଅସୁବିଧା ବୁଝୁଛି। ବିଭିନ୍ନ ବିଦ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟରେ ତଦାରଖ କରୁଛି। ଲୋକଙ୍କ ସହ ଜନସମ୍ପର୍କକୁ ସୁଦୃଢ଼ କରିପାରିଥିବାରୁ ଲୋକମାନେ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ମୋତେ ଅବଗତ କରୁଛନ୍ତି। ସେଥିପାଇଁ ‘ସମର୍ଥ’ ମାନସିକ ରୋଗୀ ନିର୍ଯାତନା ମାମଲା ପର୍ଦ୍ଦାଫାଶ କରିବା ସହ ସେମାନଙ୍କ ଉଦ୍ଧାର କରିବାରେ ସଫଳ ହୋଇପାରିଛି। ଯୁବକଙ୍କୁ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇଁ ଦୃଢ଼ ଦାବି କରୁଛି। ଲୋକଙ୍କ ସେବାରୁ ରାଜନୈତିକ ସଫଳତା ପାଇଥିବା ସେ କହିଛନ୍ତି।
ସ୍ତ୍ରୀ ନିଶା ହରିପାଲ ଜଣେ ଗୃହିଣୀ। ବଡ଼ ପୁଅ ସପ୍ତମ ଏବଂ ସାନପୁଅ ପ୍ରଥମ ଶ୍ରେଣୀରେ ପଢୁଛନ୍ତି।
– ରିପୋର୍ଟ: ଭବାନୀ ଶଙ୍କର ଭୋଇ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri