ଜନସେବା କେନ୍ଦ୍ର ଖୋଲି ଠକେଇ: ବନ୍ଧାହେଲେ ଯୁବକ

ଚିତ୍ରକୋଣ୍ଡା,୧୩।୧୧: ଜନସେବା କେନ୍ଦ୍ର ଖୋଲି ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅଧୀନ ବଡ଼ ପଞ୍ଚାୟତ ଜାନବାଇ ଗ୍ରାମର ତରୁଣ ସାହା(୨୦)।

ମିଳିଥିବା ସୂଚନା ମୁତାବକ, ତରୁଣ ଏକ ଜନସେବା କେନ୍ଦ୍ର ଖୋଲିଥିଲେ। ହେଲେ ସେଠାକାର ଆଦିବାସୀ ଜନସାଧାରଣଙ୍କଠାରୁ ଟଙ୍କା ଉଠାଣରେ ଠକେଇ କରୁଥିବା ନେଇ ଅଭିଯୋଗ ହୋଇଛି l ଏପରି କି ସ୍ବାଭିମାନ ଅଞ୍ଚଳ ବରଡ଼ାବନ୍ଧ ଗ୍ରାମର କନ୍ଦ୍ରା ଖରା, ପଣସଗନ୍ଧୀ ଗ୍ରାମର ପଦ୍ମା କିର୍‌ସାନି, ମୁଡମ ପୂରଣ ଓ ପାପରମେଟ୍‌ଲା ଗ୍ରାମର ପୂର୍ଣ୍ଣିମା ଖରା ପାପରମେଟ୍‌ଲା ଥାନାରେ ଜାନବାଇ ଜନସେବା କେନ୍ଦ୍ରର ପରିଚାଳକ ତରୁଣ ସାହାଙ୍କ ନାମରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପାପରମେଟ୍‌ଲା ଥାନା ପୋଲିସ ପୃଥକ୍‌ ମାମଲା(ନଂ.୧୬/୨୨, ୧୭/୨୨, ୧୮/୨୨, ୧୯/୨୨) ରୁଜୁକରି ଅଭିଯୁକ୍ତ ତରୁଣ ସାହାଙ୍କୁ ଗିରଫ କରିଛି।