କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା

କର୍ଲାମୁଣ୍ଡା,୨୬।୧୧(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ଗଣଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଶିବ ମନ୍ଦିର ଠାରୁ ଶୋଭା ଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ଓ ଗିରଫ କରିବା, ଡିଜେଲ, ପେଟ୍ରୋଲ, ଗ୍ୟାସର ଦର ବୃଦ୍ଧି ହ୍ରାସ ଦାବିରେ ନାରାବାଜି ଦେଇଥିଲେ। ଏଥିରେ କଂଗ୍ରେସ ନେତା ଧର୍ମାନନ୍ଦ କୁମାର,ଦୟା ମାଝି, ବବୃ ବାହାନ ଭୋଇ,ପଞ୍ଚାନନ ସାହୁ,ନିଳାମ୍ବର ବେହେରା,ଉତ୍ତମ ଭୋଇ, ବ୍ଲକ ସଂପାଦକ ମଙ୍ଗଳ ମାଝି,କଂଗ୍ରେସ କର୍ମୀ ଖଗେଶ୍ବର ସାହୁ, ବିହାରି ଲାଲ ସାହୁ, ଗୋପୀ ରଣା, ଲାଭି ରଣା, ନନ୍ଦି କିଶୋର ବାଗ, ରମେଶ ପଟେଲ ଉପସ୍ଥିତ ଥିଲେ।