ପୋଲିସ ଛାଉଣୀରେ ଢିଙ୍କିଆରେ ଜନଶୁଣାଣି

କୁଜଙ୍ଗ,୬।୩(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ଥର ପାଇଁ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଛାଉଣୀ ମଧ୍ୟରେ ଶନିବାର ଜନଶୁଣାଣି ହୋଇଛି। ଏଥିରେ ଢିଙ୍କିଆ, ଗୋବିନ୍ଦପୁର, ପାଟଣା, ମାହାଳ ଓ ତ୍ରିଲୋଚନପୁରର ଗ୍ରାମବାସୀ ଯୋଗଦେଇଥିଲେ। ମାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ପ୍ରଶାସନ ତରଫରୁ ବାରଣ କରାଯାଇଥିଲା। ଏପରି କି ଶୁଣାଣି ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ପଟେ ଜନଶୁଣାଣିରେ ପ୍ରକଳ୍ପ ବିରୋଧୀଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ା
ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଗତ ଜାନୁୟାରୀ ୧୪ରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଇକୋର୍ଟରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ୫ଜଣିଆ ଟିମ୍‌ ଗତ ୧୯ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନାବେଳେ ବାଲିତୁଠ ଅଞ୍ଚଳର କେତେଜଣ ବ୍ୟକ୍ତି କମିଟି ସଦସ୍ୟଙ୍କୁ ବିରୋଧ କରି ଗଣ୍ଡଗୋଳ କରିଥିଲେ। ପରେ କମିଟି ସଦସ୍ୟ ଗ୍ରାମର ସ୍ଥିତି ଅନୁଧ୍ୟାନ କରି ହାଇକୋର୍ଟରେ ରିପୋର୍ଟ ପ୍ରଦାନ କରିଥିଲେ। ଗତ ୨୩ ତାରିଖରେ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଢିଙ୍କିଆର ବାସ୍ତବ ଚିତ୍ରର ସମ୍ପୂର୍ଣ୍ଣ ବିବରଣୀ ଆଣିବା ପାଇଁ କମିଟିକୁ ମାର୍ଚ୍ଚ ୫ରେ ଆଉ ଥରେ ଘଟଣାସ୍ଥଳ ଗସ୍ତ କରି ସେଠାରେ ଜନଶୁଣାଣି କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳେଇ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଞ୍ଜୟ କଟିକିଆ ପ୍ରମୁଖଙ୍କୁ ନେଇ ଗଠିତ କମିଟି ପୁନର୍ବାର ଢିଙ୍କିଆ ଗସ୍ତରେ ଆସି ଜନଶୁଣାଣିରେ ଯୋଗଦେଇଥିଲେ। ଅନ୍ୟ ପକ୍ଷରେ ପୋଲିସ ଚିହ୍ନିଥିବା ପ୍ରକଳ୍ପ ବିରୋଧୀମାନଙ୍କୁ ଏହି ସମୟରେ ଭିତରକୁ ଛାଡ଼ି ନ ଥିବା ନେଇ ଅଭିଯୋଗ ହୋଇଛି।
ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ନିକଟରେ ପୋଲିସ ପରିଚୟ ଯାଞ୍ଚ ଆଳରେ ବହୁ ଲୋକଙ୍କୁ ଭିତରକୁ ଛାଡି ନ ଥିଲା। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଆଇନଜୀବୀ କମିଟିର ସଦସ୍ୟମାନେ ଆସି ଜନସାଧାରଣଙ୍କୁ ଭିତରକୁ ଛାଡିବାକୁ ପୋଲିସକୁ କହିଥିଲେ। ଏହାପରେ ସେମାନଙ୍କୁ ଛଡ଼ାଯାଇଥିଲେ ମଧ୍ୟ ବିରୋଧୀମାନଙ୍କୁ କିଛି କହିବାକୁ ନ ଦେଇ ଧକ୍କା ମାରି ଭିତରୁ ତଡ଼ି ଦିଆଯାଇଥିବା ନେଇ ଢିଙ୍କିଆର ପାର୍ବତୀ ବେହେରା, ରଶ୍ମିତା ମଲ୍ଲିକ, ମନୋଜ ମଲ୍ଲିକ, ଗୋବିନ୍ଦପୁରର ବିଶ୍ୱନାଥ ନାୟକ, ତ୍ରିଲୋଚନପୁରର ଚନ୍ଦନ ବିଶ୍ୱାଳ ପ୍ରମୁଖ କହିଛନ୍ତି। ଏପରି କି ଢିଙ୍କିଆର ପୂର୍ବତନ ସରପଞ୍ଚ ଶଲିଳା ନାୟକ କେତେ ଜଣ ମହିଳାଙ୍କ ସହ ଭିତରକୁ ପ୍ରବେଶକରିବାକୁ ଉଦ୍ୟମ କରିବାରୁ ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ା ଜାନୁୟାରୀ ୧୪ରେ ପୋଲିସ ମାଡ଼ରେ ଆହତ ହୋଇଥିବା ସ୍କୁଲ ଛାତ୍ରୀ ରାଲ୍ଲି ସ୍ବାଇଁଙ୍କୁ ୧୮ବର୍ଷରୁ କମ୍‌ ବୟସ ଦର୍ଶାଇ ପୋଲିସ ଭିତରକୁ ଛାଡ଼ି ନ ଥିଲା। ଆଇନଜୀବୀ କମିଟି ସଦସ୍ୟ ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ ତାଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଥିଲେ ମଧ୍ୟ କହିବାକୁ ଦିଆଯାଇ ନ ଥିଲା। ଅପରପକ୍ଷେ ପାନବରଜ ଭାଙ୍ଗି ଜୀବିକା ହରାଇଥିବା ସଂଖ୍ୟାଧିକ ପଞ୍ଚାୟତବାସୀ ଶିଳ୍ପକୁ ସ୍ବାଗତ କରଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଖଣ୍ଡନ କରିଥିଲେ। ଜୀବିକା ହରାଇଥିବାରୁ ଭବିଷ୍ୟତ ପାଇଁ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଯଥାଶୀଘ୍ର ପ୍ରତିଷ୍ଠା କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଥିଲେ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିି ନିଆଯାଇଛି। ଆଇନଜୀବୀ କମିଟି ହାଇକୋର୍ଟ ପକ୍ଷରୁ ସେମିତି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କହିଥିବା ବେଳେ ବାରଣ ସମ୍ପର୍କରେ କିଛି କହି ନ ଥିଲେ।
ଜନଶୁଣାଣିର ସମସ୍ତ ବିବରଣୀର ଭିଡିଓ ରେକର୍ଡିଂ ହୋଇଥିବା ନେଇ ଜିଲା ପ୍ରଶାସନ ତରଫରୁ କୁହାଯାଇଛି। ଜନଶୁଣାଣି ବେଳେ କେତେଜଣ ଗ୍ରାମବାସୀ ପୋଲିସ ଭୟରେ ସେଠାକୁ ନ ଆସି ଗାଁରେ ବୁଲୁଥିବାର ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ଶୁଣାଣିରେ ଜିଲାପାଳ ପାରୁଲ ପଟୱାରୀ, ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ମାର୍ଚ୍ଚ ୧୧ରେ ଆଇନଜୀବୀ କମିଟି ଏହାର ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri