ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ ଯୁବକଙ୍କୁ ଅଭିନନ୍ଦନ ଜଣାଇ ସୋମବାର ଜିଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଛତ୍ରପୁର ବସଷ୍ଟାଣ୍ଡଠାରେ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତର ଛାତ୍ର ସମାଜର ନିରବଛିନ୍ନ ସଂଗ୍ରାମ ଓ ତ୍ୟାଗ ବଳରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ବିଜୟ ଭାଜପାର ଅହଂକାରକୁ ଧୂଳିସାତ କରିବା ସହ ସରକାରଙ୍କୁ ଗଣତାନ୍ତ୍ରିକ ଉତ୍ତର ଦାୟିତ୍ୱ ନିମନ୍ତେ ବାଧ୍ୟ୍ୟ କରିଛି ବୋଲି ଜାତୀୟ ପରିଷଦ ସଭ୍ୟ ଏନ. ନାରୟଣ ରେଡ୍ଡି ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରକାଶ ପତ୍ର ଯୋଗଦେଇ ଏନ.ଟି.ଏ. ଉଛେଦ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର, ଏନ.ଇ.ପି. ଉଚ୍ଛେଦ ପରୀକ୍ଷା ସ୍ବଚ୍ଛତା ପାଇଁ ଲଗାତର ସଂଗ୍ରାମ ଜାରି ରହିବା ପାଇଁ ଆହ୍ବାନ ଦେଇଥିଲେ।
ଏହା ସହ ଓଡ଼ିଶାର ସ୍କୁଲସ୍ତରୀୟ ବହିରେ ତ୍ରୁଟି ଓ ପ୍ରକାଶନରେ ଅବ୍ୟବସ୍ଥାର ଉତ୍ତରଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସିପିଆଇ ଦାବି କରିଥିଲା। ଏହି ଅଭିନନ୍ଦନ ସମାବେଶରେ ସିପିଆଇ ଜିଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ ସେଠୀ, ଛତ୍ରପୁର ଜୋନ ସମ୍ପାଦକ ଡି. ଆଦିନାରୟଣ ରେଡ୍ଡି, ସହ ସମ୍ପାଦକ ଦୁର୍ଯ୍ୟୋଧନ ପରିଡ଼ା, ଚମାଖଣ୍ଡି ସହ ସମ୍ପାଦକ ଗୁରୁନାଥ ପ୍ରଧାନ, ଜିଲ୍ଲା ନେତା ସିଏଚ ଜନାର୍ଦନ ରେଡି, ଗଞ୍ଜାମ ଜୋନ ସମ୍ପାଦକ ଭାସ୍କର ପାତ୍ର, ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡି, ବର୍ଷିଆନ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ରଜନୀକାନ୍ତ ବେହେରା, ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ସମେତ ବହୁ ଆଗଧାଡ଼ିର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily