Categories: ବାଣିଜ୍ୟ

ପି ଟ୍ରନର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ପି ଟ୍ରନ ପକ୍ଷରୁ ଏକ ନୂତନ ଉତ୍ପାଦ ‘ବା ସ୍ପୋଡ୍ସ ଏନ୍‌କୋର’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର ୱେୟାରଲେସ୍‌ ଇୟର ବଡ୍ସର ଶ୍ରେଣୀରେ ସଦ୍ୟତମ ସଂଯୋଜନା। ଏପରିକି ବାସ୍ପଡସ୍‌ ଏନକୋର ଇୟରବଡ୍ସ ଦୁନିଆର ଏକ ଗେମ୍‌ ଚେଞ୍ଜର। ଅତ୍ୟାଧୁନିକ ପରିବେଶୀୟ ଶବ୍ଦକୁ ରଦ୍ଦ କରିବାର ଜ୍ଞାନକୌଶଳରେ ସଜ୍ଜିତ ଏହି ଇୟରବଡ୍ସ ପରିବେଶୀୟ ଶବ୍ଦ ୩୦ଡିବି ପର୍ୟ୍ୟନ୍ତ ହ୍ରାସ କରିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପି ଟ୍ରନ ର ପ୍ରତିଷ୍ଠାତା ତଥା ସିଇଓ ଅମିନ ଖୱାଜା କହିଛନ୍ତି, ବା ସ୍ପୋଡସ୍‌ ଏନକୋର ଇୟରବଡ୍‌ର ଶୁଭାରମ୍ଭ କରି ଆମେ ବେଶ ଆନନ୍ଦିତ। ଯେଉଁଥିରେ ସୁଲଭ ମୂଲ୍ୟରେ ଅସାଧାରଣ ଅଡିଓ ଗୁଣବତ୍ତା ଏବଂ ଉନ୍ନତ ବୈଶିଷ୍ଟ୍ୟ ଉପଲବ୍ଧ ରହିଛି। ଆମେ ଆମ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝି ପାରୁଛୁ ଏବଂ ସେମାନଙ୍କ ଦୈନନ୍ଦିନ କଲିଂ ଏବଂ ମନୋରଞ୍ଜନ ଆବଶ୍ୟକତା ପୂରଣ କରିବା ପାଇଁ ବାସ୍ପୋଡ ଏନକୋର ଡିଜାଇନ୍‌ କରିଛୁ। ବାସ୍ପୋଡସ୍‌ ଏନକୋର ଇୟରବଡ୍‌ ୩ଟି ରଙ୍ଗ ମିଡ୍‌ ନାଇଟ କଳା, ନିଓନ୍‌ ନୀଳ ଏବଂ ଗ୍ରାଫାଇଟ୍‌ କଳାରେ ଉପଲବ୍ଧ ଏବଂ ୧ ବର୍ଷର ୱାରେଣ୍ଟି ସହିତ ଆସିଥାଏ ।

Share