ମନୋସାମାଜିକ ଯତ୍ନ ଓ ବିପର୍ଯ୍ୟୟ

ମେ ଜାଣୁ ଯେ ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟ ଯେକୌଣସି ସମୟରେ ଆମ ସାମ୍ନାରେ ଆସି ଉଭା ହୋଇପାରେ। ଏହି ବିପର୍ଯ୍ୟୟ ଏକ ଘଟଣା ବା ଦୁର୍ଘଟଣା ଯାହା ପରିବେଶ, ବ୍ୟକ୍ତି, ପରିବାର, ଗୋଷ୍ଠୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଯେଉଁଠି ମାନସିକ, ଶାରୀରିକ, ପାରିପାଶର୍‌ବିକ, ସାଂସ୍କୃତିକ, ପରିସଂସ୍ଥାର ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। କିଛି ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଆଦି ଏକ ନିର୍ଦ୍ଦିଷ୍ଟ ସମୟରେ ପୂର୍ବ ସୂଚନା ସହିତ ଆସୁଥିବାବେଳେ ଅନେକ ବିପର୍ଯ୍ୟୟ ଯଥା ଭୂମିକମ୍ପ, ସୁନାମି, ଆଗ୍ନେୟ ଉଦ୍‌ଗିରଣ, ବୋମା ବିସ୍ଫୋରଣ, ରାସ୍ତା ଦୁର୍ଘଟଣା ଆଦି ଯେକୌଣସି ମୁହୂର୍ତ୍ତରେ ଆସିଥାଏ। ତେବେ ଏସବୁ ଦୁର୍ଘଟଣାକୁ ବ୍ୟକ୍ତିଗତ, ପରିବାର, ଗୋଷ୍ଠୀ ସ୍ତରରେ ପରିଚାଳନା କରିବା ନିମିତ୍ତ ପ୍ରସ୍ତୁତ ରହିବାକୁ ପଡିଥାଏ। ଫଳରେ ବିପର୍ଯ୍ୟୟ ପୂର୍ବରୁ, ସମୟରେ, ପରେ ଏସବୁକୁ ମୁକାବିଲା କରିବାରେ ସକ୍ଷମ ହୋଇଥାଉ।

ଦିନକୁ ଦିନ ପ୍ରାକୃତିକ ପରିବେଶର ଅସନ୍ତୁଳନ, ବିଗୁଡୁଥିବା ପାଣିପାଗକୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ବଢି ଚାଲିଛି। କେରଳର ଓ୍ବେଏନାଡରେ ଓ ଉତ୍ତର କନ୍ନଡର ଆଙ୍କୋଲାରେ ମାଟିଧସିବା ବା ଲ୍ୟାଣ୍ଡସ୍ଲାଇଡ, ଉତ୍ତରପୂର୍ବ ରାଜ୍ୟର କାଚୁଆ ନଦୀରେ ବନ୍ୟା, ରେମାଲ ବାତ୍ୟା, ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ବନ୍ୟା ହେଉଛି ୨୦୨୪ ମସିହାରେ ଘଟିଥିବା ବିପର୍ଯ୍ୟୟର କିଛି ଉଦାହରଣ, ଯେଉଁଥିରେ ଧନଜୀବନ, ବାସଗୃହ, ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିପର୍ଯ୍ୟୟ ପରିଚାଳନା କରିବାକୁ ସରକାରୀ, ବେସରକାରୀ ସଂସ୍ଥା ଅଣ୍ଟାଭିଡି ରିଲିଫ, ଉଦ୍ଧାର, ଥଇଥାନ କରୁଥିବାବେଳେ ସ୍ଥାନୀୟ ବିପର୍ଯ୍ୟୟ ପୀଡିତମାନେ ମାନସିକ ଅସ୍ଥିରତା, ଅବସାଦ, ଚିନ୍ତା, ଅଶାନ୍ତି ମଧ୍ୟଦେଇ ଗତି କରୁଥାନ୍ତି। ସେମାନେ ନିକଟ ସମ୍ପର୍କୀୟଙ୍କୁ ହରାଇ, ଭୟଭୀତ ହୋଇ କିମ୍ବା ଅତ୍ୟଧିକ ଉକତ୍ଣ୍ଠିତ ହୋଇ ଅସ୍ବାଭାବିକ ବ୍ୟବହାର କରନ୍ତି। ତା’ଛଡା ସେମାନଙ୍କର ଆବେଗ, ଭାବନା, ପ୍ରତିକ୍ରିୟା, ସାମାଜିକ ଚଳଣି, ଯୋଗାଯୋଗରେ ଭିନ୍ନତା ପରିଲକ୍ଷିତ ହୁଏ, ଯାହା ସିଧାସଳଖ ମାନସିକ, ସାମାଜିକ ଓ ଶାରୀରିକ ପ୍ରଭାବ ପକାଇଥାଏ। ଏହି ମାନସିକ, ସାମାଜିକ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ମନୋସାମାଜିକ ଯନତ୍ ସହାୟତାର ଆବଶ୍ୟକତା ପଡେ। ଏକ ସୁସ୍ଥ ମାନସିକ ଓ ସନ୍ତୁଳିତ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବ୍ୟବସ୍ଥାର ପୁନଃସ୍ଥାପନ ଓ ବ୍ୟକ୍ତିଗତ ଥଇଥାନ ନିମନ୍ତେ ଏହି ସହାୟତା ଦରକାର ହୁଏ। ମାନସିକ ସ୍ବାସ୍ଥ୍ୟ ଠିକ୍‌ ନ ରହିବା କାରଣରୁ ଏହାର ପ୍ରଭାବ ସିଧାସଳଖ ମାନସିକ ଓ ଶାରୀରିକ ସ୍ତରରେ ଦେଖାଯାଏ। ଉଦାହରଣସ୍ବରୂପ ଏହି ସମୟରେ ଲୋକମାନେ ମାନସିକ ସମସ୍ୟା ଦ୍ୱାରା ଉପତ୍ନ୍ନ ବିଭିନ୍ନ ପ୍ରକାର ରୋଗ ଯଥା; ପେଟବ୍ୟଥା, ମୁଣ୍ଡବିନ୍ଧା, ବାନ୍ତି, ଗ୍ୟାସ, ଦୁର୍ବଳ ଅନୁଭବ କରିବା, ଝାଡା, ଅତ୍ୟଧିକ ଝାଳବୋହିବାର ଶିକାର ହୋଇ ଡାକ୍ତରଖାନାରେ ଭିଡ ଜମାଇଥାନ୍ତି। କିନ୍ତୁ ଏହିସବୁ ଲକ୍ଷଣଗୁଡିକ ମାନସିକ ଅସୁସ୍ଥତା କାରଣରୁ ସୃଷ୍ଟି ହୋଇଥାଏ ବୋଲି ସେମାନେ ଜାଣିପାରି ନ ଥାନ୍ତି। ଏସବୁଥିରୁ ରକ୍ଷାପାଇବା ପାଇଁ କିଛିଲୋକ ନିଶାସେବନ କରିବା, ଡାକ୍ତରଖାନାରେ ରହିବାକୁ ଜିଦ୍‌ ଧରିବା, ସାମାଜିକ ବ୍ୟବସ୍ଥାଠାରୁ ନିଜକୁ ଦୂରେଇ ରଖିବା, ଆମତ୍ହତ୍ୟା ଭଳି ଖରାପ ଜୀବନଶୈଳୀକୁ ଆପଣେଇବାକୁ ଅଗ୍ରାଧିକାର ଦେଇଥାନ୍ତି। ଦାରିଦ୍ର୍ୟ, କ୍ଷୁଧା, ମାନସିକ ଅସୁସ୍ଥତା କାରଣରୁ ସମାଜରେ ବା ସ୍ଥାନୀୟ ଅଞ୍ଚଳରେ ଚୋରି, ଡକାୟତି, ଲୁଣ୍ଠନ, ଚାଲାଣ, ସ୍ଥାନାନ୍ତରଣ, ଯାୈନଗତ କାର୍ଯ୍ୟକଳାପ ବୃଦ୍ଧି ପାଇ ପରିସ୍ଥିତି ଅଣାୟତ୍ତ ହୋଇଥାଏ। ଏଣୁ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଆର୍ଥତ୍କ ଓ ସାଧାରଣ ସୁବିଧାଗୁଡିକ ଠିକ୍‌ ସମୟରେ ପ୍ରଦାନ ଓ ଉପଯୁକ୍ତ ବିନିଯୋଗ ପାଇଁ ମନୋସାମାଜିକ ସହାୟତାର ଆବଶ୍ୟକତା ପଡେ।

ମନୋସାମାଜିକ ସହାୟତା ପ୍ରଦାନ କରିବାକୁ ହେଲେ ସମାନୁଭୂତିର ସହିତ କାର୍ଯ୍ୟ କରିବା ଜରୁରୀ। ଜଟିଳତା ଓ ବ୍ୟକ୍ତିର ମାନସିକ ଅବସାଦ, ଚିନ୍ତାକୁ ଦୂର କରିବାର ଉପାୟକୁ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କ କଥା ଶୁଣିବା, ବୁଝିବା, ଗୁରୁତ୍ୱଦେବାକୁ ହୁଏ, ଅନାବଶ୍ୟକ ଚିନ୍ତାରୁ ମୁକ୍ତ ରଖି ତଦନୁସାରେ ମନୋସାମାଜିକ ସହାୟତାକୁ ଜାରି ରଖିବାକୁ ପଡେ। ତା’ଛଡା ବିପର୍ଯ୍ୟୟ ପ୍ରପୀଡିତ ଲୋକମାନଙ୍କର ଆଗ୍ରହ, ଦକ୍ଷତାକୁ ବୃଦ୍ଧି କରିବାକୁ ସୁଯୋଗ ପ୍ରଦାନ କରିବା, ଚିତ୍ତବିନୋଦନ ଭଳି କାର୍ଯ୍ୟ ହାତକୁ ନେଇ ଦୁର୍ବଳ ମାନସିକ ଓ ସାମାଜିକ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଇପାରେ। ପ୍ରକାରାନ୍ତରେ ଏହାକୁ ମନୋସାମାଜିକ ପ୍ରାଥମିକ ଚିକିସତ୍ା କୁହାଯାଇଥାଏ। ଏହାଦ୍ୱାରା ଅବସାଦ, ଚିନ୍ତା ଆଦିର ଲକ୍ଷଣକୁ ଚିହ୍ନିବା, ବୈଷୟିକ ଜ୍ଞାନକୈାଶଳ, ମାର୍ଗଦର୍ଶିକାର ଉପଯୋଗ କରିବା, ନିର୍ଦ୍ଦିଷ୍ଟ ସହାୟତା ଯୋଗାଇଦେବା, ସ୍ଥାନୀୟ ନେତା ଓ ଗୋଷ୍ଠୀର ସହାୟତା ନେବା, ସୁରକ୍ଷାକୁ ନିଶ୍ଚିତ କରିବା, ସମନ୍ବୟ ଓ ସହଯୋଗରେ ଯୋଜନା ପ୍ରସ୍ତୁତ କରି କାମ କରିବା ଉଚିତ। ଫଳରେ ବିପର୍ଯ୍ୟୟ ପୂର୍ବରୁ, ସମୟରେ ଓ ପରେ ଯୋଜନାବଦ୍ଧ ଭାବରେ ବ୍ୟକ୍ତିଗତ, ପାରିବାରିକ ଓ ଗୋଷ୍ଠୀଗତ ସୁରକ୍ଷା କରାଯାଇପାରିବ। ଏ କ୍ଷେତ୍ରରେ ଶିଶୁ, ମହିଳା, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କ ମନୋସାମାଜିକ ସମସ୍ୟାକୁ ଅଗ୍ରାଧିକାର ଦିଆଯିବାର ଆବଶ୍ୟକତା ରହିଛି। କାରଣ ଦେଖାଯାଇଛି ଶିଶୁମାନଙ୍କୁ ହରାଇଥିବା ମହିଳାଙ୍କ ମାନସିକ ସ୍ଥିିତି ସାଧାରଣ ଅବସ୍ଥାକୁ ଫେରି ନ ଥିବା ସ୍ଥଳେ ସେମାନଙ୍କୁ ଯାୈନସମ୍ପର୍କ ରଖିବାକୁ ଓ ପୁଅଟିଏ ଜନ୍ମ କରିବାକୁ ବାଧ୍ୟ କରିବା ବୋଝ ଉପରେ ନଳିତାବିଡା ସଦୃଶ।

ସେହିପରି ଶିଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ଖାଦ୍ୟର ଯନତ୍ ନେଉଥିବାବେଳେ ସମ-ଅସୁବିଧାର ସାମ୍ନା କରୁଥିବା ବୃଦ୍ଧବୃଦ୍ଧାଙ୍କ ସ୍ବତନ୍ତ୍ର ଯନତ୍, ସ୍ବତନ୍ତ୍ର ଖାଦ୍ୟ, ଶାରୀରିକ ଅକ୍ଷମତା ନିମନ୍ତେ ଆବଶ୍ୟକ ସହାୟତା ପ୍ରତି ଏପର୍ଯ୍ୟନ୍ତ ଆମେ ସଜାଗ ହୋଇପାରିନାହୁଁ। ଏ ସମସ୍ୟାଗୁଡିକୁ ଦୂରକରି ଏକ ସୁସ୍ଥ ସମାଜରେ ସ୍ଥିରତା ରଖି ଆଗକୁ ବଢିବା ନିମନ୍ତେ ତଥା ବିପର୍ଯ୍ୟୟ ପ୍ରସ୍ତୁତି, ସମୟରେ ଓ ପରେ ଏହି ସୁବିଧା ପ୍ରଦାନ କରାଯାଇପାରେ। ଏଣୁ ବିପର୍ଯ୍ୟୟ ପରିଚାଳନାରେ ମନୋସାମାଜିକ ସହାୟତା ଏକ ଭିନ୍ନ, ଅନନ୍ୟ ଓ ଅନବଦ୍ୟ ପ୍ରୟାସ।

ଭାରତୀୟ ସଂସ୍କୃତି ଅତି ପ୍ରାଚୀନ। ଏଥିରେ ଜରୁରିକାଳୀନ ତଥା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମନୋସାମାଜିକ ସହାୟତା ଦେବାର ନଜିର ରହିଛି। ଯେପରି କି ସାମାଜିକ ସୁବିଧା ପାଇଁ ଦାନ ଦେବା, ଯାୈଥ ପରିବାରରେ ବସବାସ କରିବା, ଅସୁବିଧା ସମୟରେ ପରିବାର ସଦସ୍ୟସଦସ୍ୟାଙ୍କ ସହଯୋଗ ପାଇବା, ଯୋଗ, ପ୍ରାଣାୟାମ, ଧ୍ୟାନ, ପ୍ରାର୍ଥନା ଆଦିର ପ୍ରଚଳନ ରହିଛି। ତେବେ ଜାପାନ ଏକ ଜନସଂଖ୍ୟାବହୁଳ ରାଷ୍ଟ୍ର ହୋଇଥିବାବେଳେ ସେଠାରେ ଲୋକମାନଙ୍କ ମାନସିକ ସାମାଜିକ ସୁସ୍ଥତା ଯୋଗୁ ଲୋକମାନଙ୍କ ଜୀବନଧାରଣ କାଳ ୮୭ ବର୍ଷ ରହିଛି, ଯେଉଁଠି ଭାରତରେ ଏହା ମାତ୍ର ୬୭ ବର୍ଷ। ତା’ଛଡା ବିଶ୍ୱରେ ଭାରତ ଆଗକୁ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ରାଜଧାନୀ ହେବାକୁ ଯାଉଛି। ଏଣୁ ମନୋସାମାଜିକ ସହାୟତାର କେବଳ ବିପର୍ଯ୍ୟୟ କାହିଁକି ବରଂ ଦୈନନ୍ଦିନ ଜୀବନରେ ଓ ଜୀବନର ଭିନ୍ନ ଭିନ୍ନ ପରିସ୍ଥିତିରେ, ଅବସ୍ଥାରେ ଆବଶ୍ୟକତା ରହିଛି। ଏଥିପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କଠାରୁ ଅଧିକାରୀ, ଗୋଷ୍ଠୀ, ପରିବାରର ବ୍ୟକ୍ତିବିଶେଷ, ନେତୃବୃନ୍ଦ ସଚେତନ ଓ ଦକ୍ଷ ହୋଇ କାର୍ଯ୍ୟ କରିବା ଉଚିତ। ପ୍ରତି ବାତ୍ୟା ଆଶ୍ର୍ରୟସ୍ଥଳୀ, ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ମନୋସାମାଜିକ ସ୍ବେଚ୍ଛାସେବୀଙ୍କ ମୁତୟନ ସ୍ଥାନୀୟ ଅଞ୍ଚଳରେ ଅସ୍ବାଭାବିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିବ। ବଡକଥା ହେଉଛି ଆମ ଦେଶର ବେଙ୍ଗାଲୁରୁରେ ଥିବା ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ ହେଉଛି ଆମର ସମ୍ବଳ ଓ ଆମ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ହେଉଛନ୍ତି ବିପର୍ଯ୍ୟୟ ପରିଚାଳନାର ମେରୁଦଣ୍ଡ। ଏ ସୁଯୋଗ ବିପର୍ଯ୍ୟୟରେ ମନୋସାମାଜିକ ସହାୟତାକୁ ବଳିଷ୍ଠ କରିବ ନିଶ୍ଚୟ।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

ଭାରତ ସାମ୍ନାରେ ହାତ ପତାଉଛି ଆମେରିକା! ଯୁଦ୍ଧ ମଧ୍ୟରେ କାହିଁକି ଏମିତି କହିଲେ ଇରାନ ବୈଦେଶିକ ମନ୍ତ୍ରୀ? ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକାର ଆକ୍ରମଣ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି, ରୁଷୀୟ ତୈଳ ସମ୍ପର୍କରେ ୱାଶିଂଟନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri