Posted inରାଜ୍ୟ

ଆଦିତ୍ୟ ମୃତ୍ୟୁ ପଛରେ ‘ସାଇକୋ ଲେଡି’

ଭୁବନେଶ୍ୱର,୨ା୯(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ପଦାକୁ ଆସିଛି ନୂଆ ଟୁଇଷ୍ଟ। ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଲେଡି ଜଣକ ଆଦିତ୍ୟଙ୍କୁ ବିବାହ ପୂର୍ବରୁ ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲେ। ସେ ତାଙ୍କୁ ଏକ ତରଫା ପ୍ରେମ କରିବା ସହ ବିବାହ ପାଇଁ ଚାହୁଁଥିଲେ। କିନ୍ତୁ ଆଦିତ୍ୟ ଏହାକୁ ଏଡାଇ ଯାଉଥିବାରୁ କବ୍‌ଜା କରିବା ପାଇଁ ସବୁପ୍ରକାର କୌଶଳ ଆପଣାଉଥିଲେ। ତେଣୁ ପୁଅଙ୍କ ମୃତ୍ୟୁ ପଛରେ ସମ୍ପୃକ୍ତ ସାଇକୋ ଲେଡିର ହାତ ଥିବା ଓ ସେ ହିଁ ହତ୍ୟା କରିଥାଇପାରନ୍ତି ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି। ତେବେ ଉକ୍ତ ମହିଳାଙ୍କ ବିଷୟରେ ଆଦିତ୍ୟଙ୍କ ପରିବାର କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଦେଇଛନ୍ତି। ଗଣମାଧ୍ୟମକୁ ଆଦିତ୍ୟଙ୍କ ବାପା ଏସମ୍ପର୍କରେ ସୂଚନାଦେବାବେଳେ କହିଛନ୍ତି, ସେ ଉକ୍ତ ମହିଳାଙ୍କୁ ଫେସ୍‌ ଟୁ ଫେସ୍‌ ଦେଖି ନାହାନ୍ତି। ସେ ଗୁଜରାଟରେ ଥିବାବେଳେ ତାଙ୍କ ଫଟୋ ଦେଖିଥିଲେ। କିନ୍ତୁ ଆଦିତ୍ୟଙ୍କ ବିବାହ ପରେ ସେ ସେଭଳି କିଛି ହଇରାଣ କରି ନ ଥିବା କହିଛନ୍ତି। କିନ୍ତୁ ଉକ୍ତ ମହିଳା ଜଣଙ୍କ କାହିଁକି ବ୍ଲାକ୍‌ମେଲ କରୁଥିଲେ, କ୍ରାଇମ୍‌ବ୍ରାଞ୍ଚ ତାହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କଲେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି।
ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ବାପାଙ୍କଠାରୁ ଉକ୍ତ ସାଇକୋ ଲେଡି ବିଷୟରେ ସମସ୍ତ ତଥ୍ୟ ନେବାସହ ତଦନ୍ତ ପରିସରଭୁକ୍ତ କରିଛି। ଏହି ସାଇକୋ ଲେଡି ଜଣକ କିଏ? ତାଙ୍କ ଘର କେଉଁଠି? ଆଦିତ୍ୟଙ୍କୁ କେବଳ ବିବାହ କରିବାକୁ ମହିଳା ଜଣକ ବ୍ଲାକ୍‌ମେଲ କରୁଥିଲେ ନା ଆଉ କିଛି କାରଣ ରହିଥିଲା? ତେଣୁ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଉକ୍ତ ସାଇକୋ ଲେଡିଙ୍କୁ ପଚରାଉଚରା କରିବ। ଖୁବ୍‌ଶୀଘ୍ର ଏ ନେଇ ଉକ୍ତ ମହିଳାଙ୍କୁ ନୋଟିସ୍‌ କରିବ। ମୃତ୍ୟୁ ପଛରେ ତାଙ୍କର ହାତ ରହିଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ସେପଟେ ଜିଆର୍‌ପି ଭଳି ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସମୟ ଗଡ଼ାଇ ଚାଲିଛି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ସହଯୋଗୀ ବିକାଶ, ପପୁ ଓ ଦୀପକଙ୍କ ଲାଏ ଡିଟେକ୍ସନ କରିସାରିଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି। ଫଳରେ ଆଦିତ୍ୟଙ୍କ ପରିବାର ନାନା ଆଶଙ୍କାରେ ଅଛନ୍ତି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ନେଇଥିବା ଏକାଧିକ ମାମଲା ସମୟକ୍ରମେ ଫାଇଲ୍‌ ତଳେ ଚାପି ହୋଇ ରହିଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ମାମଲାର ଫାଇଲ୍‌ ସେମିତି ପରିସ୍ଥିତିକୁ ଚାଲିଯାଉଥିବାରୁ ଆଦିତ୍ୟଙ୍କ ପରିବାର ଲୋକେ ଇତିମଧ୍ୟରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିଭଳି ମଙ୍ଗଳବାର ମଧ୍ୟ କେତେଜଣ ସାମାଜିକ କର୍ମୀ ଆଦିତ୍ୟ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri