Categories: ଜାତୀୟ

ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଆହତ

ଜମ୍ମୁ,୧୪ ।୧୨: ଜମ୍ମୁ-କଶ୍ମୀରରେ ଜଣେ ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଜଣେ ପିଏସ୍‌ଓ ବା ନେତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସୂଚନାଯୋଗ୍ୟ, ମଧ୍ୟ କଶ୍ମୀରର ଶ୍ରୀଗନର ଜିଲାରେ ନାଟିପୋରା ଅଞ୍ଚଳରେ ସୋମବାର ସକାଳେ ଆତଙ୍କବାଦୀମାନେ ପିଡିପି ନେତା ହାଜି ପରବେଜ ଅହମ୍ମଦଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଏଥିରେ କନଷ୍ଟେବଳ ମଞ୍ଜର ଅହମ୍ମଦ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି ।

Share