Posted inଖେଳ

ଏକଦା ଜୋତା କିଣିବାକୁ ପଇସା ନ ଥିଲା; ଖାଲି ପାଦରେ କରୁଥିଲେ ବୋଲିଂ; ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି…

କରାଚି, ୩୦।୬: ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌) ୨୦୨୧ରେ ସର୍ବାଧିକ ଉଇକେଟ ନେଇ ଚମକିଛନ୍ତି ବୋଲର ଶାହାନଓ୍ବାଜ ଡାହାନି। ସେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ଏହି ଯୁବ ଦ୍ରୁତ ବୋଲରଙ୍କ ଆଲୋଚନା କରାଯାଉଛି। ବିଶେଷକରି ତାଙ୍କ ସଂଘର୍ଷର କାହାଣୀ ଅନେକଙ୍କୁ ଭାବବିହ୍ବଳ କରୁଛି।
କିଛି ବର୍ଷ ପୂର୍ବଯାଏ ଲାରକଣା ନିକଟ ଏକ ଛୋଟ ଗାଁରେ ରହୁଥିବା ଡାହାନି ଅନ୍ୟ ପାକିସ୍ତାନୀ ବାଳକଙ୍କ ପରି ଥିଲେ। ସୁବିଧା ଅଭାବରୁ ଶାହନାଓ୍ବାଜ ଅନ୍ୟମାନଙ୍କ ଭଳି ଅଧିକ ସୁଯୋଗ ପାଇ ନ ଥିଲେ। ହେଲେ ସେତେବେଳେ ସେ ନିଜକୁ ପ୍ରସ୍ତୁତ କରିଥିଲେ। କ୍ରିକେଟ ଖେଳିବାକୁ ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନ ଥିଲା। ହେଲେ ସେ ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି କୁହାଯାଉଛି।

ପିଏସ୍‌ଏଲ୍‌ ୨୦୨୧ ପୂର୍ବରୁ ଶାହନାଓ୍ବାଜଙ୍କୁ ମୁଲତାନ ସୁଲତାନ୍ସ ଏକ ଉଦୀୟମାନ ଖେଳାଳି ଭାବେ ଚୟନ କରିଥିଲେ। ଏହି ନିଷ୍ପତ୍ତି ଫ୍ରାଞ୍ଚାଇଜ୍‌କୁ ଅନେକ ସଫଳତା ଦେଇଥିଲା। ଟୁର୍ନାମେଣ୍ଟ ଇତିହାସରେ ସେ ସର୍ବାଧିକ ଉଇକେଟ ନେଇଥିବା ଖେଲାଳି ପାଲଟିଥିଲେ। ତେବେ ଜିଓ ପାକିସ୍ତାନ ସହ ସାକ୍ଷାତକାରରେ ଡାହାନି ତାଙ୍କ ଡାକନାମ ‘୩ଜି’ ବିଷୟରେ ମଧ୍ୟ କହିଥିଲେ। ଏହା ତାଙ୍କ ଗାଁ ସାଙ୍ଗମାନେ ଦେଇଥିଲେ।

ଆରମ୍ଭରୁ ଦ୍ରୁତ ବୋଲିଂ ପ୍ରତି ଆଗ୍ରହ ଥିଲା। ଗାଁରେ ସେଭଳି ଖେଳୁଥିଲି। ଏଣୁ ମୋତେ ୩ଜି ବୋଲର ବୋଲି କୁହାଯାଉଥିଲା। କାରଣ ମୋର ଗତି ଇଣ୍ଟରନେଟ୍‌ ସ୍ପିଡ୍‌ ସହ ଜଡ଼ିତ କରାଯାଉଥିଲା। ଏବେର ସଫଳତା ଆନନ୍ଦ ଦେଇଛି ସତ, ହେଲେ ମୁଁ ପୂର୍ବର ଡାହାନି ଥିଲି ,ଅଛି ଏବଂ ରହିବି। ଯେତେବେଳେ ଗାଁକୁ ଯିବି ମୋର ନିଜର ଲୋକ ଏବଂ ସାଙ୍ଗମାନଙ୍କ ପାଇଁ ସମାନ ରହିବି। ଯେଉଁମାନେ ମୋତେ ସମର୍ଥନ କରିଛନ୍ତି ତାଙ୍କୁ ନିରାଶ କରିବି ନାହିଁ। ଏବେ ମୋ ଭିତରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି। ନିର୍ଭୟରେ କ୍ରିକେଟ ଖେଳିବାକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri