Categories: ବାଣିଜ୍ୟ

ବାଧାମୁକ୍ତ ଦାବି ସମାଧାନର ବ୍ୟବସ୍ଥା

ଭୁବନେଶ୍ୱର,୯।୬: ଏଚ୍‌ଡିଏଫ୍‌ସି ଏର୍ଗୋ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ବାଲେଶ୍ୱର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସମ୍ପର୍କୀୟ ଓ ପ୍ରଭାବିତ ବୀମାଧାରୀମାନଙ୍କୁ ସହାୟତାର ହାତ ବଢ଼ାଇଛି। ବିଶେଷକରି କମ୍ପାନୀ ସହ ଜଡ଼ିତ ବୀମାଧାରୀଙ୍କ ବୀମା ସମ୍ପର୍କିତ ସୂଚନା ଓ ଆବଶ୍ୟକ ସହଯୋଗ ପ୍ରଦାନ କରିବା ଏବଂ ଏକ ବାଧାମୁକ୍ତ ଦାବି ସମାଧାନର ବ୍ୟବସ୍ଥା କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ଉତ୍ସର୍ଗୀକୃତ ଡେସ୍କର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ କମ୍ପାନୀ ପକ୍ଷରୁ ବ୍ୟକ୍ତିଗତ ଦୁର୍ଘଟଣା କିମ୍ବା ସ୍ବାସ୍ଥ୍ୟ ବୀମା ଦାବିଗୁଡିକ ସହ କୌଣସି ପ୍ରକାର ସହାୟତା ପାଇଁ ଏକ ହେଲ୍ପଲାଇନ୍‌ ନମ୍ବର- +୯୧୮୯୭୬୮୭୬୪୦୪ ଓ ଇମେଲ୍ ଶୁଭାରମ୍ଭ କରାଯାଇଛି। ଏପରିକି ଏକ ବିଶେଷଜ୍ଞ ଟିମ୍‌ ଦାବିଦାରମାନଙ୍କୁ ବ୍ୟକ୍ତିଗତ ସହଯୋଗ ପ୍ରଦାନ କରିବ। ବିଶେଷକରି ବୀମାଧାରୀଙ୍କ ଦାବି ପ୍ରକ୍ରିୟାଗୁଡିକରେ ଉଚିତ ମାର୍ଗଦର୍ଶନ ପ୍ରଦାନ କରିବ ଓ ସେମାନଙ୍କ ପାଖରେ ଥିବା ଯେ କୌଣସି ପ୍ରକାର ସମସ୍ୟାର ସମାଧାନ କରିବ। ଏଚ୍‌ଡିଏଫ୍‌ସି ଏର୍ଗୋ ଏହି ମର୍ମନ୍ତୁଦ ଦୁର୍ଘଟଣାର ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାର ପହଞ୍ଚ, ଟେକ୍ନୋଲୋଜି ଓ ସଂସାଧନଗୁଡ଼ିକର ବ୍ୟବହାର କରିବା ପାଇଁ ସମର୍ପିତ ରହିଛି।

Share