୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ ପ୍ରଦେଶ ମହାସଭା ଅନୁଷ୍ଟିତ ହେବ। ୪ ଦିନଧରି ହେବାକୁ ଥିବା ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗଦେବେ। ତେଣୁ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଶନିବାର ବାରୁଡ଼ା ହନୁମାନ ମନ୍ଦିର ଠାରେ ଅଭ୍ୟର୍ଥନା ସମିତିର ଏକ ବୈଠକ ହୋଇଥିଲା। ଏଥିରେ ପ୍ରଦେଶ ସଂସ୍ଥାର ବିଶ୍ୱନାଥ ରାଉତ ଯୋଗଦେଇ ୪ ଦିନ ବ୍ୟାପୀ କଣ ସବୁ କାର୍ଯ୍ୟକ୍ରମ ହେବ ସେନେଇ କହିଥିଲେ। ଅଭ୍ୟର୍ଥନା ସମିତିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସମ୍ପାଦକ ଆହ୍ବାନ କରିଥିଲେ।
ସଂସ୍ଥାର ଆଇନ ପରାମର୍ଶଦାତା ଧବଳେଶର ମାଝୀ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଭ୍ୟର୍ଥନା ସମିତିର ସଭାପତି ଶ୍ରୀନିବାସ ପ୍ରଧାନ, ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, ଉପ ସଭାପତି ଅଜିତ୍‌ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦିନବନ୍ଧୁ ପ୍ରଧାନ ସମେତ ଆଉ ୭ ଜଣ ସଭ୍ୟ ବସି ଆଲୋଚନାରେ ଭାଗ ନେଇଥିଲେ। ବାରୁଡ଼ା ଅଞ୍ଚଳ ସମ୍ପାଦକ ମୁକ୍ତେଶର ପ୍ରଧାନ, ଉପ ସଭାପତି ହରିବନ୍ଧୁ ପ୍ରଧାନ, ସହ ସମ୍ପାଦକ ଜୀବନ ଜ୍ୟୋତି ଦିହୁଡ଼ି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସୂଚନା ଯୋଗ୍ୟ ଯେ ପ୍ରତି ୫ ବର୍ଷକୁ ଥରେ ପ୍ରଦେଶ ମହାସଭାରେ ହୋଇଥାଏ। ଏଥିରେ ସଂସ୍ଥାର ବିଭିନ୍ନ ବିଷୟରେ ଆଲୋଚନା ହୋଇଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜସାଥି ଛଟେଇ, ଆନ୍ଦୋଳନରେ ସ୍କ୍ବାର୍ଡ କର୍ମଚାରୀ: ଘାରିଲାଣି ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା

ଭଞ୍ଜନଗର,୧୬।୩(ବାବୁଲା ପ୍ରଧାନ): ହାତୀ ସହ ଲୋକଙ୍କ ଫସଲ ସୁରକ୍ଷା ପାଇଁ ଗଜସାଥି ରାଜ୍ୟରେ ନିଯୁକ୍ତି ହୋଇଛନ୍ତି। ସରକାର ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି…

ଯୁଦ୍ଧର ସଙ୍କଟ ରୁଷିଆ ପାଇଁ ପାଲଟିଛି ସୁଯୋଗ! ‘ତେଲର ଖେଳ’ରେ କୋଟି କୋଟି ଡଲାର ଲାଭ କରୁଛି…

ମସ୍କୋ,୧୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୭ତମ ଦିନ। ଫଳସ୍ବରୂପ, ବିଶ୍ୱ ବଜାରରେ…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ l କୂଅରେ ଜଣେ ବ୍ୟକ୍ତିଙ୍କ…

ଟ୍ରମ୍ପଙ୍କ ସହ ଯିବାକୁ ସିଧା ମନାକଲା ଜାପାନ! ଜାଣନ୍ତୁ କାହିଁକି…

ଟୋକିଓ,୧୬।୩: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସଂସଦରେ କହିଛନ୍ତି ଯେ ଟୋକିଓ ବର୍ତ୍ତମାନ ହରମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା…

କାନ୍ଦବୋବାଳିରେ ଫାଟିପଡ଼ୁଛି SCB ପରିସର: ରୋଗୀଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, କିନ୍ତୁ ମୁଁ…ମତଦାନ ପୂର୍ବରୁ ବଡ଼ କଥା କହିଦେଲେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ।…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri