୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ

ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍‌ର ୨୦ ବିଦ୍ୟାଳୟକୁ ଏଲ୍‌ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର, ଆଖୁଆପଦା, ସଂପୋଇ, ବାହାଦୁଲନଗର, ଚଞ୍ଛିଣା, ଜଳମଣ୍ଡୁଆ, କୁରିଗାଁ, ମାଳଦା, ମୁଢ଼ାପଦା, ନିର୍ଗୁଣ୍ଡି, ପାଇମହୁରା, ତେସିଙ୍ଗା, ପୁରିପଡ଼ା, ରାଣୀଗଡ଼ିଆ, ଗୁହାଳିଆ ପ୍ରମୁଖ ୨୦ ପ୍ରାଥମିକ ବିଦ୍ୟାଳୟକୁ ଟିଭି ଯୋଗାଇ ଦିଆଯାଇଛି। ଏହି ଅବସର ବିଇଓ କାର୍ଯ୍ୟାଳୟଠାରେ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକଙ୍କୁ ବିଧାୟକ ପ୍ରଫୁଲ୍ଲ ସାମଲ ଏଲ୍‌ସିଡି ପ୍ରଦାନ କରିଛନ୍ତି। ବିଶେଷ କରି ଛାତ୍ରୀଛାତ୍ରମାନଙ୍କ ପାଇଁ ଏଲସିଡି ଦ୍ୱାରା ଅନେକ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ, ସିଆରସିସି ଓ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।