ରୋଗୀଙ୍କୁ ଯୋଗାଉଛନ୍ତି ମାଗଣା ଆମ୍ବୁଲାନ୍ସ ସେବା

ବେଗୁନିଆ,୨୧।୧୨(ହର ପ୍ରସନ୍ନ ପଣ୍ଡା)ବର୍ତ୍ତମାନ ସମୟରେ ବ୍ୟସ୍ତ ଜୀବନରେ କିଏ ବା କାହାକୁ ପଚାରେ। ଏଭଳି କ୍ଷେତ୍ରରେ ସାଧାରଣଲୋକଙ୍କ ସେବାରେ ପ୍ରଦୀପ୍ତ କୁମାର ବିଶ୍ୱାଳ ନିଜକୁ ବ୍ରତୀ କରିଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ରୋଗୀ ମାଗଣା ସେବା ଯୋଗାଇ ଯୋଗାନ୍ତି। ଦୀର୍ଘ ଦିନ ଧରି ପ୍ରଦୀପ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସପ୍ନ ଦେଖୁଥିବାବେଳେ ବାସ୍ତବରେ ଏବେ ସେ ସଫଳ ହୋଇଛନ୍ତି। ସେ ନିଜ ଦୁଇ ଚକିଆ ଯାନକୁ ଆମ୍ବୁଲାନ୍ସ କରି ଅଞ୍ଚଳର ରୋଗୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଉଛନ୍ତି।
ପ୍ରକାଶ ଥାଉକି, ବେଗୁନିଆ ବ୍ଲକ ବାଘମାରି ଅଞ୍ଚଳର ପ୍ରଦୀପ୍ତ ବିଗତ ଦିନରେ ଗରିବ ଲୋକଙ୍କ ସେବାରେ ନିଜକୁ ହଜେଇ ଦେଇଛନ୍ତି। ସାଧାରଣ ଲୋକଙ୍କ ସୁଖ ଦୁଃଖର ଭାଗୀଦାରୀ ହୋଇ ସମାଧାନର ସୂତ୍ର ବାହାର କରିବାରେ ଜଣେ ଦକ୍ଷ ସାମାଜିକ କର୍ମୀ ଭାବେ ପରିଚିତ ହୋଇପାରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ପ୍ରୟାସ କରିଥିଲେ। ବାଘମାରୀର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଆମ୍ବୁଲାନ୍ସ ଦେବାକୁ ବାରମ୍ବାର ସରକାରଙ୍କୁ ଦାବି କରୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ଶେଷରେ ସେ ଲୋକଙ୍କ ସେବା ପାଇଁ ଏକ ଅଭିନବ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ। ସ୍ଥାନୀୟ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ମାଗଣା ସେବା ଯୋଗାଇ ଦେବାକୁ ସଂକଳ୍ପ କରିଥିଲେ। ସେ ନିଜ ଦୁଇ ଚକିଆ ଯାନକୁ ଏକ ଆମ୍ବୁଲାନ୍ସ ଭଳି କରିଛନ୍ତି, ଯେଉଁଥିରେ ଜଣେ ରୋଗୀ ସୁବିଧାରେ ଯାଇପାରିବେ। ଆଗକୁ ସେ ବିଭିନ୍ନ ଗ୍ରାମକୁ ଯାଇ ରୋଗୀଙ୍କୁ ସେବା ଯୋଗାଇବାକୁ ସଂକଳ୍ପ କରିଥିବା ପ୍ରଦୀପ୍ତ କହିଛନ୍ତି। ପ୍ରଦୀପ୍ତଙ୍କ ଏଭଳି ମହତ ଆଭିମୁଖ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆମ ଆଦମୀ ପାର୍ଟିର ନେତା କଳ୍ପତରୁ ପଣ୍ଡା କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri