Posted inଖେଳ

‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି ସୃଷ୍ଟି ହୋଇଛି। ବହୁତ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଭୁବନେଶ୍ୱର କୁହନ୍ତୁ କିମ୍ବା ରାଉରକେଲା ସହରର ଚିତ୍ର ବଦଳିଛି। ସବୁଆଡ଼େ ହକିମୟ ପରିବେଶ। ବିଭିନ୍ନ ସ୍ଥାନରେ ଏହାକୁ ନେଇ କ୍ରୀଡ଼ା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ କଥା ମନେରଖିବାକୁ ହେବ ଯେ ହକି ପାଇଁ ହିଁ ଏ ସବୁ ହେଉଛି। ତେଣୁ ହକିକୁ କ୍ୟାରିୟର କରିଥିବାରୁ ଆଜି ବହୁତ ଗର୍ବ ଅନୁଭବ ହେଉଛି“ ବୋଲି ଅଲିମ୍ପିଆନ ଲାଜରୁସ ବାର୍ଲା ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ପୂର୍ବରୁ ୨୦୧୮ରେ ହକି ବିଶ୍ୱକପ୍‌ ହୋଇଥିଲା। ଏଥର ଏହା ହକିର ଅନ୍ତୁଡ଼ିଶାଳକୁ ସମ୍ପ୍ରସାରିତ ହୋଇଛି। ଫଳରେ ସମଗ୍ର ସୁନ୍ଦରଗଡ଼ ଜିଲାରେ ଲୋକମାନଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ବାଳିକା ବାଳକଙ୍କଠାରୁ ଆରମ୍ଭ କରି ବୁଢ଼ୀବୁଢ଼ାଙ୍କ ମନରେ ଖୁସି କହିଲେ ନ ସରେ। ସମସ୍ତେ ଯେମିତି ଏହାକୁ ନିଜର କାର୍ଯ୍ୟ ଭାବି ଉପଭୋଗ କରୁଛନ୍ତି।
ଆଧୁନିକ ହକି ଆରମ୍ଭ ହେବ
ଓଡ଼ିଶାରୁ ଯେତେ ହକି ଖେଳାଳି ବାହାରିଛନ୍ତି ତା’ ମଧ୍ୟରୁ ଅଧିକାଂଶ ସୁନ୍ଦରଗଡ଼ ଜିଲାର। ଆମେ ସବୁ ସେ ସମୟର ଟୁର୍ନାମେଣ୍ଟ ଖେଳି ନିଜ ପ୍ରତିଭା ଦେଖାଇଛୁ। ମାତ୍ର ଏବେ ସେଠାରେ ଆଧୁନିକ ହକି ଆରମ୍ଭ ହେବ। ସୁନ୍ଦରଗଡ଼ର ସମସ୍ତ ୧୭ଟି ଯାକ ବ୍ଲକରେ ଅଷ୍ଟ୍ରୋଟର୍ଫ ପଡ଼ିଆ ଉପଲବ୍ଧ ହୋଇଛି। ଫଳରେ ଯଦି ସେଗୁଡ଼ିକରୁ ସଦୁପଯୋଗ କରାଯାଏ ତେବେ ସେ ଅଞ୍ଚଳର ପିଲାମାନେ ଆଧୁନିକ ହକି ଖେଳିବା ଆରମ୍ଭ କରିପାରିବେ। ଏହା ହେଲେ ଏକ ନୂଆ ଯୁଗର ସୂତ୍ରପାତ ହୋଇପାରିବ ଏବଂ ସୁନ୍ଦରଗଡ଼ରୁ ଆଗାମୀ ଦିନରେ ଆହୁରି ଅନେକ ପିଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିବେ।
ୟୁରୋପୀୟ ଦଳଗୁଡ଼ିକର ପଲା ଭାରି ରହିଛି
ଗତ ବିଶ୍ୱକପ୍‌ରେ ବେଲ୍‌ଜିୟମ ଚାମ୍ପିୟନ ହେବ ବୋଲି କେହି କେବେ ଆଶା କରି ନ ଥିଲେ। ଏଥର ମଧ୍ୟ ୟୁରୋପୀୟ ଦଳ ଗୁଡ଼ିକ ଭଲ ଆରମ୍ଭ କରିଛନ୍ତି। କେଉଁ ମ୍ୟାଚରେ ଯଦି ବିପର୍ଯ୍ୟୟ ସୃଷ୍ଟି ହୁଏ ତେବେ ଭିନ୍ନ କଥା। ତେବେ ରେକର୍ଡ ଓ ନିକଟ ଅତୀତର ପ୍ରଦର୍ଶନ ଦେଖିଲେ ୟୁରୋପୀୟ ଦଳ ନେଦରଲାଣ୍ଡ୍ସ, ଜର୍ମାନୀ, ସ୍ପେନ୍‌, ବେଲ୍‌ଜିୟମ ସହ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟ ଟାଇଟଲ ଦାବିଦାର ରହିବ ବୋଲି କହିହେବ।
ପୋଡିୟମ ଫିନିଶ ଜରୁରୀ
ଭାରତ କ୍ରମାଗତ ଦ୍ୱିତୀୟଥର ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳୁଛି। ପରିବେଶ ସହିତ ଅଭ୍ୟସ୍ତ ଥିବାରୁ ଭାରତ ଏଥର ପୋଡିୟମ ଫିନିଶ କରୁ ବୋଲି ଆମେ ସମସ୍ତେ ଆଶା କରୁଛୁ। ବିଶେଷ କରି ଗତ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିବାରୁ ଏହି ସମ୍ଭାବନା ବଢ଼ିଛି। ତେବେ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ। ଭାରତର ଆରମ୍ଭ ଭଲ ହୋଇଛି। ଓ୍ବେଲ୍ସ ବିପକ୍ଷ ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।
ଅମିତ, ନୀଲମଙ୍କ ସ୍ବପ୍ନ ସାର୍ଥକ
ଗତ ବିଶ୍ୱକପ୍‌ରେ ଅମିତ ରୋହିଦାସ ଘରୋଇ ପରିବେଶରେ ଖେଳିଥିଲେ। ଏଥର ନିଜ ମାଟିରେ ଅମିତ ଓ ନୀଲମ ସଞ୍ଜୀପ ଖେସ୍‌ ଖେଳୁଛନ୍ତି। ଏହା ସ୍ବପ୍ନ ସତ ହେବାଭଳି କଥା। କାରଣ ସବୁ ଖେଳାଳି ନିଜ ମାଟିରେ ବଡ଼ ପ୍ରତିଯୋଗିତା ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଆମ ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ହଁ ୨୦,୦୦୦ ଘରୋଇ ଦର୍ଶକଙ୍କ ସମ୍ମୁଖରେ ମ୍ୟାଚ ଖେଳିବାର ଚାପ ତ ନିଶ୍ଚିତ ରହିଥିବ। ଆକ୍ରମଣ ରଣନୀତିକୁ ଗୁରୁତ୍ୱ
ବିଶ୍ୱ ହକିରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି। ଆମ ସମୟର ଖେଳ ଓ ଏବେକାର ଖେଳ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ଅନେକ ନିୟମ ପରିବର୍ତ୍ତନ ହୋଇଛି। ମ୍ୟାଚ ୪ କ୍ୱାର୍ଟର ବିଶିଷ୍ଟ ୧ ଘଣ୍ଟିଆ ହୋଇଯାଇଛି। ପ୍ରାୟତଃ ଦଳ ଆକ୍ରମଣାତ୍ମକ ରଣନୀତିରେ ହକି ଖେଳୁଛନ୍ତି। ମ୍ୟାଚ ଆରମ୍ଭ ହେବାକ୍ଷଣି ଗୋଲ ସ୍କୋର ଉପରେ ଫୋକସ କରାଯାଉଛି ବୋଲି ବୋଲି ଲାଜରୁସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri